Advertisment

US Tariff: ଭାରତୀୟ ଦ୍ରବ୍ୟ ଉପରେ ୧୫ରୁ ୧୬% ଟାରିଫ କମାଇବ ଆମେରିକା!

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ଯୋଗେ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ହେଲେ ବାଣିଜ୍ୟ ଆଲୋଚନା ସମ୍ପର୍କରେ କିଛି ବି କହି ନାହାନ୍ତି। ସମ୍ଭାବ୍ୟ ବୁଝାମଣା ପୂର୍ବରୁ ଉଭୟ ଦେଶ ପରସ୍ପର ସହ ସମ୍ପର୍କକୁ ମଜବୁତ କରବାକୁ ଚାହୁଁଥିବା କୁହାଯାଉଛି।

Trump

ଟ୍ରମ୍ପ ଓ ମୋଦି (ଫାଇଲ ଫଟୋ)

Advertisment

ବହୁପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ଡିଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଲ୍‌ ଘୋଷଣା ହେବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬% ହ୍ରାସ କରିପାରେ। ଏବେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରୁଛି। ଡିଲ ପରେ ଏହା ହ୍ରାସ ପାଇବ ବୋଲି ଜାତୀୟ ଗଣମାଧ୍ୟମ ମିଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି। 

Advertisment

ରିପୋର୍ଟ ଅନୁସାରେ, ପ୍ରସ୍ତାବିତ ବୁଝାମଣାର ଫୋକସ ମୁଖ୍ୟତଃ ଶକ୍ତି ଓ କୃଷି କ୍ଷେତ୍ର ଉପରେ ରହିଛି। ଆଲୋଚନା ସ୍ତରରେ ଥିବା ଗୋଟିଏ ପ୍ରମୁଖ ବିଷୟ ହେଲା ରୁଷ ଠାରୁ ଆମଦାନୀ ହେଉଥିବା ଅଶୋଧିତ ତୈଳକୁ ଭାରତ ନିୟମିତ ଭାବେ ହ୍ରାସ କରିବ। ରୁଷର ଶକ୍ତି ସପ୍ଲାଏ ଉପରେ ବିଶ୍ୱର ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ୱାଶିଂଟନ କରୁଥିବା ଯୋଜନାର ଏହା ହେଉଛି ପ୍ରମୁଖ ଅଂଶବିଶେଷ। 

ଆଲୋଚନା ସହ ଜଡ଼ିତ ଅଧିକାରୀମାନେ ମିଣ୍ଟକୁ କହିଛନ୍ତି ଯେ ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ASEAN ସମ୍ମିଳନୀ ପୂର୍ବରୁ ଉଭୟ ଦେଶ ପରସ୍ପର ସହ ବାଣିଜ୍ୟ ଡିଲ୍‌ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛନ୍ତି। ASEAN ସମ୍ମିଳନୀରେ ହିଁ ଏହି ଡିଲ୍‌ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇପାରେ। 

Advertisment

ଏ ସମ୍ପର୍କରେ ମିଣ୍ଟ ପକ୍ଷରୁ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଓ ହ୍ୱାଇଟ ହାଉସ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ କେହି ବି ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। 

ଶକ୍ତି ଓ କୃଷି ଉପରେ ଫୋକସ 

ଦୁଇ ଦେଶ ମଧ୍ୟ ଚାଲିଥିବା ଆଲୋଚନାରେ ଶକ୍ତି ଓ କୃଷି କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଡିଲ ଆଲୋଚନା ସମୟରେ ଏହି ଦୁଇ କ୍ଷେତ୍ରକୁ ଅଧିକ ଫୋକସ କରାଯାଇଥିଲା। ବୁଝାମଣା ଅନୁସାରେ ଆମେରିକାର କିଛି କୃଷି ଜାତୀୟ ଉତ୍ପାଦ ଯଥା ମକା ଓ ସୋୟାମିଲକୁ ଅଧିକ ମାତ୍ରାରେ ଆମଦାନୀ କରିପାରେ। 

ଭାରତର କୃଷି ବଜାରରେ ଆମେରିକା ପ୍ରବେଶ କରିବା ପାଇଁ ଦୀର୍ଘ ଦିନରୁ ପ୍ରୟାସ କରି ଆସୁଛି। ତେଣୁ ଡିଲ ପରେ ଆମେରିକା ବଡ଼ ଆଶ୍ୱସ୍ତି ମିଳିବ। ଡିଲ୍‌ରେ ଏମିତି ଏକ ବ୍ୟବସ୍ଥା ରହିବ, ଯାହା ନିୟମିତ ଟାରିଫ ଓ ବଜାରର ସ୍ଥିତିର ସମୀକ୍ଷା କରିବ। ଏହାଦ୍ୱାରା ସମୟ ସହିତ ଦୁଇ ଦେଶ ବାଣିଜ୍ୟ ସର୍ତ୍ତକୁ ପାଳନ କରିବାକୁ ସକ୍ଷମ ହେବେ। 

ଆମେରିକାର କୃଷି ଜାତୀୟକୁ ଭାରତରେ ପ୍ରବେଶ ପାଇଁ ଅନୁମତି ନୂଆଦିଲ୍ଲୀ ଦେଇପାରେ। ଏହା ବଦଳରେ ଆମେରିକା ପ୍ରଶାସନ ଭାରତୀୟ ଆମଦାନୀ ଉପରେ ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬%କୁ ହ୍ରାସ କରିବ। ଟାରିଫ ହ୍ରାସ ହେଲେ ଟେକ୍ସଟାଇଲ, ଇଞ୍ଜିନିୟରିଂ ଦ୍ରବ୍ୟ ଓ ଫାର୍ମାସିଟ୍ୟୁକାଲ ସାମଗ୍ରୀଗୁଡ଼ିକ ଆମେରିକା ବଜାରରେ ଅଧିକ ପରିମାଣର ଆଦୃତ ହୋଇପାରିବ।

ଡିଲ୍‌ ପୂର୍ବରୁ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା 

ବାଣିଜ୍ୟ ଡିଲ୍‌ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ପରସ୍ପର ସହ ଫୋନରେ କଥା ହୋଇଥିଲେ। ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ ମୋଦିଙ୍କ ସହ ସେ ବାଣିଜ୍ୟ ଓ ଶକ୍ତି ସହଭାଗିତା ସମ୍ପର୍କରେ ଆଲୋଚନା କରିଛନ୍ତି। 

ସେ କହିଥିଲେ ଯେ “ଶକ୍ତି ଆମ ଆଲୋଚନାର ଅଂଶବିଶେଷ ରହିଥିଲା। ରୁଷ ଠାରୁ ଭାରତ ତେଲ କିଣିବା କମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ମୋତେ ପ୍ରତିଶ୍ରୁତି ଦେଇଛନ୍ତି।”

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ଯୋଗେ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ହେଲେ ବାଣିଜ୍ୟ ଆଲୋଚନା ସମ୍ପର୍କରେ କିଛି ବି କହି ନାହାନ୍ତି। ସମ୍ଭାବ୍ୟ ବୁଝାମଣା ପୂର୍ବରୁ ଉଭୟ ଦେଶ ପରସ୍ପର ସହ ସମ୍ପର୍କକୁ ମଜବୁତ କରବାକୁ ଚାହୁଁଥିବା କୁହାଯାଉଛି। 

Donald Trump PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe