Advertisment

India-US Trade Deal: ୱାଶିଂଟନର ବଡ଼ ବୟାନ: ଭାରତ ସହ ଟ୍ରେଡ ଡିଲ୍‌ରେ ‘ଆମେରିକା ପ୍ରଥମ’କୁ ଗୁରୁତ୍ୱ

ଲାଣ୍ଡାଉଙ୍କ କହିବା କଥା ଯେ ଚାଇନା ସହ ପୂର୍ବରୁ ହୋଇଥିବା ଟ୍ରେଡ ଡିଲରୁ ୱାଶିଂଟନ ଅନେକ କିଛି ଶିକ୍ଷା ପାଇଛି। ନୂଆଦିଲ୍ଲୀ ସହ ଚୂଡ଼ାନ୍ତ ହୋଇଥିବା ବାଣିଜ୍ୟ ଡିଲ ସହ ଆମେ ଆଗକୁ ବଢ଼ିବୁ।

Trump

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ଭାରତ ସହ ଅର୍ଥନୀତିକ କାରବାର ଓ ବାଣିଜ୍ୟ ଡିଲକୁ ସଂପ୍ରସାରଣ ବେଳେ ଆମେରିକା ସବୁବେଳେ ନିଜର ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବ। ୨ ଦଶନ୍ଧି ତଳେ ଚାଇନା ସହ ଡିଲ ବେଳେ ଆମେରିକା(US) କରିଥିବା ତ୍ରୁଟି ବା ଭୁଲକୁ ଆଉ ଦୋହରାଇବ ନାହିଁ ବୋଲି ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ଖ୍ରୀଷ୍ଟଫର ଲାଣ୍ଡାଉ କହିଛନ୍ତି। 

Advertisment

ନୂଆଦିଲ୍ଲୀରେ ଆୟୋଜିତ ରାଇସିନା ଡାଏଲଗରେ ଲାଣ୍ଡାଉଙ୍କ କହିବା କଥା ଯେ ଚାଇନା ସହ ପୂର୍ବରୁ ହୋଇଥିବା ଟ୍ରେଡ ଡିଲରୁ ୱାଶିଂଟନ ଅନେକ କିଛି ଶିକ୍ଷା ପାଇଛି। ନୂଆଦିଲ୍ଲୀ ସହ ଚୂଡ଼ାନ୍ତ ହୋଇଥିବା ବାଣିଜ୍ୟ ଡିଲ ସହ ଆମେ ଆଗକୁ ବଢ଼ିବୁ। ଏହି ସମୟରେ ଆମେରିକୀୟ ସ୍ୱାର୍ଥକୁ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦିଆଯିବ। ଆମେରିକା ପ୍ରଥମ ନୀତିକୁ ଗୁରୁତ୍ୱ ଦେଇ ସବୁ କିଛି କରାଯିବ ବୋଲି ସେ କହିଛନ୍ତି। 

ଖ୍ରୀଷ୍ଟଫର ଲାଣ୍ଡାଉ କହିଛନ୍ତି, “ଭାରତକୁ ଏହା ବୁଝିବା ଦରକାର ଯେ ଆମେ ଭାରତ ସହ ସେହି ଭୁଲକୁ ଦୋହରାଇବୁ ନାହିଁ ଯାହା ଆମେ ୨୦ ବର୍ଷ ତଳେ ଚାଇନା ସହ ଡିଲ ବେଳେ କରିଥିଲୁ। ଆମେ ଏହା ନିଶ୍ଚିତ କରିବୁ ଯେ ଆମେ ଯାହା ବି କରିବୁ ସେସବୁ ଆମ ଲୋକଙ୍କ  ପାଇଁ ଉଚିତ ହେଉଥିବା ଦରକାର। କାହିଁକି ନା ଶେଷରେ ଆମକୁ ଆମ ଲୋକଙ୍କ ଆଗରେ ଉତ୍ତରଦାୟୀ ରହିବାକୁ ପଡ଼ିବ। ଠିକ ଯେଉଁଭଳି ଭାରତ ସରକାର ନିଜ ଲୋକଙ୍କ ପାଖରେ ଉତ୍ତରଦାୟୀ ରହୁଛନ୍ତି।”

Advertisment

ଲାଣ୍ଡାଉ ଆହୁରି କହିଛନ୍ତି ଯେ “ଆମେରିକା ପ୍ରଥମର ଅର୍ଥ ଆମେରିକା ଏକାକୀ ନୁହେଁ।  ଅନ୍ୟ ଦେଶର ସହଯୋଗରେ ହିଁ ଆମେରିକା ନିଜର ଲକ୍ଷ୍ୟ ହାସଲ କରିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ରାଷ୍ଟ୍ରୀୟ ହୀତକୁ ସାର୍ବଭୌମତ୍ୱ ଦେଶଗୁଡ଼ିକ ମଧ୍ୟରେ ଗୋଟିଏ ନୀତି ଭାବେ ଦେଖନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ଯେଉଁଭଳି ଆମେରିକାକୁ ମହାନ କରିବାକୁ ଚାହୁଁଛନ୍ତି ଠିକ ସେହିଭଳି ଭାରତର ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାମାନେ ମଧ୍ୟ ସେମାନଙ୍କ ଦେଶକୁ ପୁଣି ମହାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।” 

US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe