Advertisment

ଜି-୨୦ ବେଳେ ବଡ଼ ତ୍ରୁଟି: ବାଇଡେନଙ୍କ କନଭୟ କାର୍‌ କ୍ରାଉନ ପ୍ରିନ୍ସଙ୍କ ହୋଟେଲରେ ପଶିଗଲା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭୟରେ ସାମିଲ ଥିବା ଗୋଟିଏ କାର୍‌ ନିୟମ ଉଲ୍ଲଙ୍ଘନ କରିଛି।

G20

G20

Advertisment

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ ସମ୍ମିଳନୀ ସମୟରେ ସୁରକ୍ଷା ପ୍ରୋଟକଲରେ ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ସତ୍ତ୍ୱେ କେମିତି ତ୍ରୁଟି ହେଲା, ତା’କୁ ନେଇ ପ୍ରଶ୍ନ ଉଠିଛି।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭୟରେ ସାମିଲ ଥିବା ଗୋଟିଏ କାର୍‌ ନିୟମ ଉଲ୍ଲଙ୍ଘନ କରିଛି। ଉକ୍ତ କାର୍‌ଟି ୟୁଏଇ କ୍ରାଉନ ପ୍ରିନ୍ସ ରହୁଥିବା ଦିଲ୍ଲୀ ହୋଟେଲରେ ହଠାତ ପ୍ରବେଶ କରି ଯାଇଛି। ହୋଟେଲ ତାଜରେ ଏପରି ସୁରକ୍ଷାରେ ତ୍ରୁଟି ପୁଲିସ୍‌କୁ କିଛି ସମୟ ପାଇଁ ହରଡ଼ଘଣାରେ ପକାଇଥିଲା। 

ଗାଡ଼ିଟିକୁ ପୁଲିସ୍‌ ଅଟକାଇବା ସହ ଡ୍ରାଇଭରଙ୍କୁ ପଚରାଉଚରା କରିବା ପରେ ଛାଡ଼ିଥିଲା। ଡ୍ରାଇଭର ଜଣଙ୍କ ଅନ୍ୟ ଜଣେ କଷ୍ଟମରଙ୍କୁ ଛାଡ଼ିବା ପରେ ବାଇଡେନଙ୍କ ହୋଟେଲକୁ ଯିବା ପାଇଁ ଯୋଜନା କରିଥିଲେ। ଏହି କାରଣ ପାଇଁ ସେ କ୍ରାଉନ ପ୍ରିନ୍ସଙ୍କ ହୋଟେଲରେ ପହଞ୍ଚି ଯାଇଥିଲେ ବୋଲି ପୁଲିସକୁ କହିଥିଲେ।

Advertisment

ଡ୍ରାଇଭର ଜଣଙ୍କ ପୁଲିସ୍‌କୁ କହିଥିଲେ ଯେ ତାଙ୍କୁ ରାଷ୍ଟ୍ରପତି ବାଇଡେନ ରହୁଥିବା ଆଇଟିସି ମୌର୍ଯ୍ୟରେ ସକାଳ ୯.୩୦ରେ ପହଞ୍ଚିବାକୁ କୁହାଯାଇଥିଲା। ଏଥିପାଇଁ ତାଙ୍କ ପାଖରେ ଯଥେଷ୍ଟ ସମୟ ଥିବାରୁ ସେ ଆଉ ଗୋଟିଏ ଭଡ଼ା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ସେ ଜଣେ ଗ୍ରାହକଙ୍କୁ ସକାଳ ୮ଟା ସୁଦ୍ଧା ଗାଡ଼ିରେ ଧରି ତାଜ ହୋଟେଲରେ ପହଞ୍ଚି ଯାଇଥିଲେ।

ତାଙ୍କ କାର୍‌କୁ ତାଜ ହୋଟେଲରେ ସୁରକ୍ଷାକର୍ମୀମାନେ ଅଟକାଇବା ବେଳେ ଗାଡ଼ିରେ ଜଣେ ବ୍ୟବସାୟୀ ରହିଥିଲେ। ଡ୍ରାଇଭର ଜଣଙ୍କ ସୁରକ୍ଷା ପ୍ରୋଟକଲ ସମ୍ପର୍କରେ ଜାଣି ନଥିବାରୁ ଏହାକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଛନ୍ତି।

ତାଙ୍କୁ ପଚରାଉଚରା କରିବା ପରେ ପୁଲିସ୍‌ ଛାଡ଼ି ଦେଇଥିଲା। କିନ୍ତୁ ସେ ଯେଉଁ ଏଜେନ୍ସି ପାଇଁ କାମ କରୁଥିଲେ ଉକ୍ତ ସଂସ୍ଥାକୁ ବାଇଡେନଙ୍କ କନଭୟରୁ ବାଦ ଦିଆଯାଇଥିଲା।

Joe Biden G20 Meet G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe