Advertisment

Sergio Gor: ଭାରତ ଆସି ପାରନ୍ତି ଟ୍ରମ୍ପ: ନୂଆଦିଲ୍ଲୀକୁ ପ୍ରଶଂସାରେ ପୋତିଲା ଆମେରିକା

ୱାଶିଂଟନ ଓ ନୂଆଦିଲ୍ଲୀ ପରସ୍ପର ସହ ବାଣିଜ୍ୟ ଡିଲର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଖୁବଶୀଘ୍ର ଆରମ୍ଭ କରିବେ। ସେହିପରି ଆସନ୍ତା ବର୍ଷ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି।

Modi

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ଗୋଟିଏ ପଟେ ଭାରତକୁ ନାଲି ଆଖି ଦେଖାଇ ଟାରିଫ ବୃଦ୍ଧି କରୁଥିବା ଆମେରିକା(USA) ଏବେ ନୂଆଦିଲ୍ଲୀର ପ୍ରଶଂସା କରିଛି। ଭାରତ ତୁଳନାରେ ବିଶ୍ୱର ଅନ୍ୟ କୌଣସି ଦେଶ ଆମେରିକା ପାଇଁ ଜରୁରୀ ନୁହନ୍ତି ବୋଲି ଆମେରୀକିୟ ରାଷ୍ଟ୍ରଦୂତ ସେରଗିଓ ଗୋର କହିଛନ୍ତି।

Advertisment

ୱାଶିଂଟନ ଓ ନୂଆଦିଲ୍ଲୀ ପରସ୍ପର ସହ ବାଣିଜ୍ୟ ଡିଲର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଖୁବଶୀଘ୍ର ଆରମ୍ଭ କରିବେ। ସେହିପରି ଆସନ୍ତା ବର୍ଷ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଗୋର ଆମେରିକା ଦୂତାବାସରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରନ୍ତି। 

ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସରୁ ଗୋର ଦମ୍ଭୋକ୍ତି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତା ବାସ୍ତବ ଓ ପ୍ରକୃତ ବନ୍ଧୁ ସେମାନଙ୍କ ମଧ୍ୟରେ ଥିବା ଥିବା ମତପାର୍ଥକ୍ୟର ସମାଧାନ କରିପାରିବେ।

Advertisment

ଭାରତ-ଆମେରିକା ପ୍ରକୃତ ବନ୍ଧୁ 

ଭାରତ ଗସ୍ତରେ ଆସିଥିବା ଗୋର କହିଛନ୍ତି, ଆମେରିକା ଓ ଭାରତ କେବଳ ପାରସ୍ପରିକ ସ୍ୱାର୍ଥରେ ବାନ୍ଧି ହୋଇ ନାହାନ୍ତି, ବରଂ ସର୍ବୋଚ୍ଚ ସ୍ତରରେ ଉଭୟ ଦେଶ ମଧ୍ୟରେ ଗୋଟିଏ ଦୃଢ଼ ସମ୍ପର୍କ ରହିଛି। ପ୍ରକୃତ ବନ୍ଧୁଙ୍କ ମଧ୍ୟରେ ମତପାର୍ଥ୍ୟକ ଆସିପାରେ। କିନ୍ତୁ ଶେଷରେ ସେମାନେ ଉକ୍ତ ମତ ପାର୍ଥକ୍ୟର ସମାଧାନ ମଧ୍ୟ କରନ୍ତି। 

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦେଶ। ଏଥିପାଇଁ ଏହାକୁ ଅନ୍ତିମ ରୂପ ଦେବା ଆଦୌ ସହଜ କାମ ନୁହେଁ। କିନ୍ତୁ ଏହାକୁ ହାସଲ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ଯେ ଯଦିଓ ନୂଆଦିଲ୍ଲୀ ଓ ୱାଶିଂଟନର ସମ୍ପର୍କ ପାଇଁ ବାଣିଜ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ତଥାପି ଉଭୟ ଦେଶ ନିରନ୍ତର ଭାବେ ସୁରକ୍ଷା, ଆତଙ୍କବାଦ, ଶକ୍ତି, ଟେକ୍ନୋଲୋଜି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ କାମ କରିବା ଜାରି ରଖିବେ।

ରାଷ୍ଟ୍ରପତି ଟ୍ରମ୍ପ(Donald Trump)ଙ୍କ ସହ ମୁଁ ବିଶ୍ୱର ପ୍ରାୟ ସବୁ ସ୍ଥାନକୁ ଯାଇଛି। ଏପରି ସ୍ଥିତିରେ ମୁଁ ଆପଣମାନଙ୍କୁ ନିଶ୍ଚିତ କରି କହିପାରିବି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତା ପୂରା ବାସ୍ତବ ବୋଲି ଗୋର କହିଛନ୍ତି। 

ଟ୍ରମ୍ପଙ୍କ ଭାରତ ଗସ୍ତ 

ଗୋର କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଉ ଗୋଟିଏ ସ୍ତରକୁ ନେବା ପାଇଁ ସମ୍ଭବତଃ ଏପରି ନିଯୁକ୍ତିର ଉଦ୍ଦେଶ୍ୟ। ସେ କହିଛନ୍ତି, “ବିଶ୍ୱର ସବୁଠାରୁ ପୁରୁଣା ଗଣତନ୍ତ୍ର ଓ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ମଧ୍ୟରେ ଏହା ହେଉଛି ମିଳିନ ବିନ୍ଦୁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୋର ଶେଷ ରାତ୍ର ଭୋଜନ ବେଳେ ସେ ତାଙ୍କ ଭାରତ ଗସ୍ତର ସ୍ମୃତି ସମ୍ପର୍କରେ କହିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଥିବା ତାଙ୍କ ବନ୍ଧୁତା ସମ୍ପର୍କରେ ଜଣାଇଥିଲେ।

ମୋର ଆଶା ରାଷ୍ଟ୍ରପତି ଟ୍ରମ୍ପ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ। ସମ୍ଭବତଃ ଆସନ୍ତାବର୍ଷ କିମ୍ବା ୨ ବର୍ଷ ମଧ୍ୟରେ ସେ ଭାରତ ଆସିବେ। ଭୋର ୨ଟାରେ କଲ କରିବାର ଅଭ୍ୟାସ ରାଷ୍ଟ୍ରପତି ଟ୍ରମ୍ପଙ୍କର ରହିଛି। ସମ୍ଭବତଃ ଏହା କାମ ଦେଇପାରେ।” 

PM Modi Donald Trump USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe