Advertisment

ନୀତୀଶ କୁମାରଙ୍କ ବୟାନକୁ ନିନ୍ଦା, ଇସ୍ତଫା ଦାବି କଲେ ଆମେରିକୀୟ ସିଙ୍ଗର୍‌

ନୀତୀଶ କୁମାରଙ୍କ ବୟାନକୁ ନେଇ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ନିନ୍ଦା କରାଯାଇଛି।

ଅଦ୍ୟତନ ହୋଇଛି
Nitish Kumar and US singer Marry Millben

Nitish Kumar and US singer Marry Millben

Advertisment

ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିବାଦୀୟ ବୟାନକୁ ନେଇ ସେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କୁ ନିନ୍ଦା କରାଯାଇଛି। ଏବେ ଜଣେ ଆମେରିକାର ଅଭିନେତ୍ରୀ ତଥା ସିଙ୍ଗର ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ସିଙ୍ଗର୍‌ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କ କୁମାରଙ୍କ ବୟାନକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯଦି ସେ ଭାରତର ନାଗରିକ ହୋଇଥାନ୍ତେ ତେବେ ସେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ବିହାର ଆସିଥାନ୍ତେ। ମିଲବେନ ବିହାର ମହିଳାଙ୍କୁ ନୀତୀଶ କୁମାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଜଣେ ସାହସୀ ମହିଳା ଆଗକୁ ଆସି ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଉଚିତ ବୋଲି ସେ କହିଛନ୍ତି।

ବିହାରରେ ନେତୃତ୍ୱ ନେବାକୁ ଜଣେ ମହିଳାଙ୍କୁ ସଶକ୍ତ କରିବାକୁ ମେରି ମିଲବେନ ବିଜେପିକୁ ନିବେଦନ କରିଛନ୍ତି। ଏଥିସହ ସେ ଶାହାରୁଖ ଖାନଙ୍କ ଫିଲ୍ମ 'ଯବାନ'ର ଏକ ଡାଏଲଗକୁ ସେ ଦୋହରାଇଛନ୍ତି। ସେ କହିଛନ୍ତି, 'ଭୋଟ୍ ଦିଅନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ।'

Advertisment

ମେରି ମିଲବେନ୍‌ ଟ୍ୱିଟ୍‌ କରି କହିଛନ୍ତି, '୨୦୨୪ରେ ଆମେରିକା ସମେତ ଭାରତରେ ନିର୍ବାଚନୀ ଋତୁ ଆରମ୍ଭ ହେବ। ଏହି ନିର୍ବାଚନୀ ଋତୁ ପରିବର୍ତ୍ତନର ସୁଯୋଗ ପ୍ରଦାନ କରେ। ପୁରୁଣା ନୀତି ଏବଂ ଅଣପ୍ରଗତିଶୀଳ ଲୋକଙ୍କୁ ହଟାଇ ତାଙ୍କ ସ୍ଥାନରେ ପ୍ରେରଣାଦାୟୀ ଲୋକଙ୍କୁ ଠିଆ କରିବା ଉଚିତ।'

କେବଳ ମେରି ମିଲବେନ ନୁହଁନ୍ତି ଅନ୍ୟ ଲୋକମାନେ ମଧ୍ୟ ନୀତୀଶ କୁମାରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ମହିଳାଙ୍କ ପ୍ରତି ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୀତୀଶ କୁମାରଙ୍କ ଉପରେ ଜୋରଦାର ଟାର୍ଗେଟ୍‌ କରିଥିଲେ। ସେ କହିଛନ୍ତି ଯେ ରାଜ୍ୟ ବିଧାନସଭାରେ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ଏହା ବେଶ୍‌ ଲଜ୍ଜାଜନକ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଯାହା ପରେ ବିବାଦ ଦେଖାଦେଇଛି। ବିହାର ବିଧାନସଭାର ଶୀତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ବାଳିକା ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ତାଙ୍କର ଏହି ବୟାନ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ସେ କ୍ଷମା ମାଗିଛନ୍ତି ଏବଂ ତାଙ୍କ କଥାକୁ ଫେରାଇ ନେବେ ବୋଲି କହିଥିଲେ। ମହିଳାମାନଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦେଶ ବାହାରେ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

Nitish Kumar Marry Millben
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe