Advertisment

Cheating: ଆମେରିକୀୟ ମହିଳାଙ୍କୁ ଠକେଇ; ୪୦୦ ମିଟରକୁ ୧୮ ହଜାର ଟଙ୍କା ନେଇ ଟ୍ୟାକ୍ସି ଡ୍ରାଇଭର ଗିରଫ

୪୦୦ ମିଟର ପାଇଁ ଆମେରିକାର ଜଣେ ମହିଳାଙ୍କଠାରୁ ୧୮ ହଜାର ଟଙ୍କା ଭଡ଼ା ନେବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ତାଙ୍କ ସହିତ ଘଟିଥିବା ଏହି ଘଟଣାକୁ ‘ଏକ୍ସ’ରେ ଶେୟାର କରିବା ପରେ ମୁମ୍ବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

American Woman
Advertisment

୪୦୦ ମିଟର ପାଇଁ ଆମେରିକାର ଜଣେ ମହିଳାଙ୍କଠାରୁ ୧୮ ହଜାର ଟଙ୍କା ଭଡ଼ା ନେବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ତାଙ୍କ ସହିତ ଘଟିଥିବା ଏହି ଘଟଣାକୁ ‘ଏକ୍ସ’ରେ ଶେୟାର କରିବା ପରେ ମୁମ୍ବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଚଳିତ ମାସ ୧୨ ତାରିଖର। ମହିଳା ଜଣଙ୍କୁ ଆମେରିକାରୁ ଆସି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ପ୍ରାୟ ୪୦୦ ମିଟର ଦୂରରେ ଥିବା ଏକ ପଞ୍ଚ ତାରକା ହୋଟେଲକୁ ଯିବା ପାଇଁ ସେ ଟ୍ୟାକ୍ସି ଭଡ଼ା କରିଥିଲେ। କିନ୍ତୁ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ସେଠାରୁ ସିଧା ହୋଟେଲକୁ ନେବା ବଦଳରେ ଅନ୍ଧେରୀ (ଇଷ୍ଟ)ରେ ପ୍ରାୟ ୨୦ ମିନିଟ ଧରି ବୁଲାଇଥିଲେ। ତା’ପରେ ଉକ୍ତ ଆମେରିକୀୟ ମହିଳାଙ୍କୁ ନେଇ ସେହି ପଞ୍ଚତାରକା ହୋଟେଲରେ ଛାଡ଼ିଥିଲେ ଏବଂ ଭଡ଼ା ବାବଦକୁ ୧୮ ହଜାର ଟଙ୍କା ନେଇଥିଲେ। ସେତେବେଳେ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ପୁଲିସ୍ ଉକ୍ତ ବ୍ୟକ୍ତିଙ୍କ ଭୂମିକା ସଂପର୍କରେ ତଦନ୍ତ କରୁଛି। 

ଏହି ଘଟଣା ବିଷୟରେ ମହିଳା ଜଣଙ୍କ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା। ଲକ୍ଷାଧିକ ଲୋକ ତାଙ୍କର ଏହି ପୋଷ୍ଟକୁ ପଢ଼ି ଉକ୍ତ ଟ୍ୟାକ୍ସି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ସମସ୍ତେ ଏହି ଘଟଣାକୁ ନାପସନ୍ଦ କରିଥିଲେ। ଏହା ପରେ ଘଟଣାଟି ମୁମ୍ବାଇ ପୁଲିସ ନଜରକୁ ଆସିଥିଲା।

Advertisment

ଗତ ୨୭ ତାରିଖରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା। ଆମେରିକୀୟ ମହିଳା ଜଣଙ୍କ ‘ଏକ୍ସ’ରେ ଟ୍ୟାକ୍ସିର ନମ୍ବର ଶେୟାର କରିଥିବାରୁ ଏହା ସହାୟତାରେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଗିରଫ ଅଭିଯୁକ୍ତଙ୍କ ନାଁ ଦେଶରାଜ ଯାଦବ। ତାଙ୍କ ବୟସ ୫୦ ବର୍ଷ। ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଆରଟିଓକୁ ଚିଠି ଲେଖିଛି ପୁଲିସ। 

ଉକ୍ତ ଆମେରିକୀୟ ମହିଳା ଯେଉଁ ପଞ୍ଚ ତାରକା ହୋଟେଲରେ ରହିଥିଲେ, ପୁଲିସ୍‌ ସେଠାରେ ମଧ୍ୟ ତଦନ୍ତ କରିଥିଲା। ହୋଟେଲର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ମହିଳା ଜଣଙ୍କ ଜାନୁଆରୀ ୧୨ରେ ହୋଟେଲରେ ରହିଥିଲେ। ତା’ପରଦିନ ସେ ସେଠାରୁ ଚାଲିଯାଇଥିଲେ। ପରେ ମହିଳା ଜଣଙ୍କୁ ପୁନେ ଦେଇ ଆମେରିକା ଫେରି ଯାଇଥିଲେ।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe