Advertisment

କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ; ମନ୍ଦିରରେ କେବଳ 'ନନ୍ଦିନୀ' ଘିଅ ବ୍ୟବହାର ହେବ

ତିରୁପତି ବାଲାଜୀ ମନ୍ଦିରର ଲଡ଼ୁ ତିଆରିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Nandini Store

Nandini Store

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଘିଅ ପରିବର୍ତ୍ତେ ଘୁଷୁରି ଓ ଗୋରୁ ଚର୍ବି ଏବଂ ମାଛ ତେଲ ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର।

Advertisment

ଏନେଇ ଏକ ଗାଇଡଲାଇନ ଜାରି କରି କର୍ଣ୍ଣାଟକ ସରକାର କହିଛନ୍ତି ଯେ, ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ 34 ହଜାରରେ ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ।

ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟ ଅଧୀନରେ ଥିବା ସମସ୍ତ ମନ୍ଦିରରେ କେବଳ କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (KMF) ଦ୍ୱାରା ଉତ୍ପାଦିତ ନନ୍ଦିନୀ ଘିଅ ବ୍ୟବହାର କରାଯିବ। ଠାକୁରଙ୍କ ପାଖରେ ଲାଗିହେଉଥିବା ଭୋଗ ବା ପ୍ରସାଦ ସହ ଦୀପ ଜାଳିବା ପାଇଁ ମଧ୍ୟ ନନ୍ଦିନୀ ଘିଅ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଥିସହ 'ଦାସୋହା ଭବନ', ଯେଉଁଠାରେ ଭକ୍ତମାନଙ୍କୁ ଖାଦ୍ୟ ପରିବେଷଣ କରାଯାଏ ସେଠାରେ ମଧ୍ୟ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ। ପ୍ରସାଦର ମାନରେ କୌଣସି ସାଲିସ୍ ନ କରିବାକୁ ମନ୍ଦିର କର୍ମଚାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। 

ପ୍ରକାଶ ଥାଉକି, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ବାଲାଜୀ ମନ୍ଦିରର ଲଡ଼ୁ ତିଆରି ପାଇଁ ମାଛ ତେଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ। ପୂର୍ବରୁ ୱାଇଏସଆର କଂଗ୍ରେସ ସରକାର ସମୟରୁ ଏପରି କରାଯାଉଥିବା ସେ କହିଥିଲେ। ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା। 

ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଛି। ମାଛ ତେଲ,ଗୋରୁ ଚର୍ବି ଏବଂ ଘୁଷୁରି ଚର୍ବିରେ ଲଡ଼ୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ଏହି ଖବର ପ୍ରଚାର ପରେ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇ ଥିବାବେଳେ କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

Tirupati Temple Karnataka Govt Tirupati Laddu Row Nandini Ghee