Advertisment

‘ଡିପ୍‌ଫେକ୍‌’କୁ ନେଇ ଗଭୀର ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି

ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା। ଏଆଇ ଦ୍ୱାରା ଏପରି ଡିପଫେକ୍‌ ବିଷୟବସ୍ତୁ ସବୁ ପ୍ରସ୍ତୁତ କରାଯାଉଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି।

Advertisment

ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା। ଏଆଇ ଦ୍ୱାରା ଏପରି ଡିପଫେକ୍‌ ବିଷୟବସ୍ତୁ ସବୁ ପ୍ରସ୍ତୁତ କରାଯାଉଛି। ଡିପଫେକ୍‌ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଟେକ୍ନୋଲୋଜି ଏପରି ବ୍ୟବାହାର ଅତ୍ୟନ୍ତ ଚିନ୍ତାଜନକ। ଏହା ଏକ ସମସ୍ୟା। ଏ ସମ୍ପର୍କରେ ଗଣମାଧ୍ୟମ ବହୁଳ ଭାବେ ଲୋକଙ୍କୁ ସତର୍କ କରାଇବା ଦରକାର।ଏଆଇର ନକାରାତ୍ମକ ପ୍ରଭାବ ସମ୍ପର୍କରେ ମିଡିଆ ଲୋକଙ୍କୁ ସଚେତନା କରିବା ଉଚିତ। ବିଭିନ୍ନ ଲୋକଙ୍କୁ ବିକୃତି ଭାବେ ଦର୍ଶାଇବା କାମରୁ ଲୋକମାନେ କେମିତି ଦୂରେଇ ରହିବେ, ସେ ଦାୟିତ୍ୱ ମଧ୍ୟ ଗଣମାଧ୍ୟମ ସମ୍ପାଦକ କରୁ ବୋଲି ମୋଦି କହିଛନ୍ତି।

Advertisment

ମୋଦି କହିଛନ୍ତି, “ନିକଟରେ ମୁଁ ଏମିତି ଗୋଟିଏ ଭିଡିଓକୁ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି। ଏପରି ଅନେକ ଭିଡିଓ ସୋଶାଲ ମିଡିଆରେ ରହିଛି। ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ। ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି। କିନ୍ତୁ ବାସ୍ତବରେ ଏହା ଡିପଫେକ ବିଷୟବସ୍ତୁ। ଡିପଫେକର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ଡିପଫେକ ବିଷୟବସ୍ତୁ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।”

ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି। ଲୋକଙ୍କୁ ହତାଶ, ଅପମାନିତ ଓ ତଳୁଆ କରି ଦେଖାଇବା ପାଇଁ ଡିପଫେକର ସାହାରା ନିଆଯାଉଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିପଫେକ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ବିଭ୍ରାନ୍ତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଡିପଫେକ ବିଷୟବସ୍ତୁ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି। ଡିପଫେକ ପ୍ରସ୍ତୁତ କରିବା ଓ ଏହାର ପ୍ରଚାର କରୁଥିବା ଲୋକଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୩ ବର୍ଷର ଜେଲଦଣ୍ଡ ଲାଗୁ ହେବ। ଡିପଫେକରେ ଏମିତି ଅଡିଓ, ଭିଡିଓ ଓ ଫଟୋ ପ୍ରସ୍ତୁତ କରାଯାଉଛି ଯେ ଯାହା ଅସଲ କି ନକଲି ଜାଣିବା ବେଶ ମୁସ୍କିଲ।

ତେଣୁ ଏହାକୁ ନେଇ ମୋଦି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏଆଇ ଦ୍ୱାରା ପ୍ରସ୍ତୁତ ହେଉଥିବା ଡିପଫେକ ଭିଡ଼ିଓକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହାକୁ ରୋକିବାରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ମଧ୍ୟ ମୋଦି ଆଲୋକପାତ କରିଛନ୍ତି।

ଏଥିସହ ଦେଶକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ମଧ୍ୟ କହିଛନ୍ତି। ଭୋକାଲ ଫର ଲୋକାଲକୁ ଦେଶବାସୀଙ୍କ ସମର୍ଥନ ମିଳିଛି। କୋଭିଡ-୧୯ ବେଳେ ଦେଶବାସୀ ଏକାଠି ହୋଇ ଲଢ଼ିଥିବା କଥା ମଧ୍ୟ ଆଜି ପୁଣି ସାମ୍ବାଦିକମାନଙ୍କ ଆଗରେ ମୋଦି ଦୋହରାଇଛନ୍ତି।

PM Modi Artificial Intelligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe