Advertisment

ପୂର୍ବତନ ମନ୍ତ୍ରୀ ହେଲେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି

ମଙ୍ଗଳବାର ଖାଦେର ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହିଁ ପ୍ରଥମେ ବାଚସ୍ପତି ପଦ ପାଇଁ ଖାଦେରଙ୍କ ନାଁ ପ୍ରସ୍ତାବ ଦେଇଥିଲେ।

UT Khader

UT Khader

Advertisment

କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ହେବାର ରେକର୍ଡ କରିଛନ୍ତି।

Advertisment

ମଙ୍ଗଳବାର ଖାଦେର ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହିଁ ପ୍ରଥମେ ବାଚସ୍ପତି ପଦ ପାଇଁ ଖାଦେରଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଆଜି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୋହରାଇ ଥିଲେ। ଏହାପରେ ସର୍ବସମ୍ମତିକ୍ରମେ ଖାଦେର ବାଚସ୍ପତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, “ହାଇକମାଣ୍ଡଙ୍କ ସହ ଆଲୋଚନା କରି ବାଚସ୍ପତି ପଦ ପାଇଁ ଖାଦେରଙ୍କ ନାଁ ଚୂଡ଼ାନ୍ତ କରାଯାଇଥିଲା। ତେଣୁ ଏହା ଦଳର ନିଷ୍ପତ୍ତି।”

Advertisment

ଖାଦେରଙ୍କ ବ୍ୟତୀତ ବାଚସ୍ପତି ପଦ ପାଇଁ ଆଉ କେହି ବି ନାମାଙ୍କନ ଦାଖଲ କରି ନଥିଲେ। ତେଣୁ ପୋର୍ଟମ ବାଚସ୍ପତି ଆର ଭି ଦେଶପାଣ୍ଡେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗୃହରେ ଉପସ୍ଥାପନ କରି ଭୋଟ ବ୍ୟବସ୍ଥା କରିଥିଲେ। ଶେଷରେ ଗୃହରେ ଉପସ୍ଥିତ ଥିବା ସଦସ୍ୟମାନେ ସର୍ବସମ୍ମତିକ୍ରମେ ଖାଦେରଙ୍କ ନାଁରେ ମୋହର ମାରିଥିଲେ।

ଖାଦେର କହିଛନ୍ତି, ସାମ୍ବିଧାନିକ ଓ ସମ୍ମାନୀୟ ପଦକୁ ସମ୍ଭାଳିବା ପାଇଁ ପ୍ରଥମେ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମୁଁ ହୃଦୟର ସହ ଗ୍ରହଣ କରିଛି। ସମସ୍ତେ ଜଣେ ଜଣେ ମନ୍ତ୍ରୀ ବନି ପାରିବେ। କିନ୍ତୁ ବାଚସ୍ପତି ନୁହନ୍ତି। ମୁଁ ସାଢ଼େ ୬ ବର୍ଷ ମନ୍ତ୍ରୀ ଭାବେ କାମ କରିସାରିଛି। ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଥିଲି। ଏବେ ବାଚସ୍ପତି ହେବାର ସୌଭାଗ୍ୟ ହାସଲ କରିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ମୁଁ ସ୍ୱଚ୍ଛ ଓ ସଚ୍ଚୋଟତାର ସହ ଗୃହକୁ ଚଳାଇବି ବୋଲି ସେ କହିଛନ୍ତି।

ଏନଏସ୍‌ୟୁଆଇ ସଦସ୍ୟ ଭାବେ ୧୯୯୦ରୁ ନିଜ ରାଜନୀତିକ ଯାତ୍ରା ଆରମ୍ଭ କରିଥିବା ଖାଦେର ୨୦୦୭ରେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। ତାଙ୍କ ବାପା ୟୁଟି ଫରୀଦଙ୍କ ଦେହାନ୍ତ ହେବାରୁ ଉଲ୍ଲାଲ ଆସନରେ ଉପ ନିର୍ବାଚନ ହୋଇଥିଲା। ଏଥିରେ ଖାଦେର ବାଜିମାତ କରି ବିଧାନସଭାକୁ ଯାଇଥିଲେ। ଉଲ୍ଲାଲ ନିର୍ବାଚନ ମଣ୍ଡଳୀର ନାଁ ଏବେ ମାଙ୍ଗାଲୁରୁ ହୋଇଯାଇଛି। ହେଲେ ୨୦୦୭ରୁ ଏଠାରୁ ଖାଦେର ହିଁ ଜିତି ଆସିଛନ୍ତି।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe