Advertisment

ଯୁବକଙ୍କୁ ଛୁରୀ ଭୁଷି ମାଟି ତଳେ ପୋତିଥିଲେ, ଜୀବନ ବଞ୍ଚାଇ ଦେଲେ ବୁଲା କୁକୁର

ଯୁବକଙ୍କୁ ମାରପିଟ୍‌ କରିବା ସହ ଛୁରୀରେ ଭୁସି ଦେଇଥିଲେ କିଛି ଯୁବକ। ଏହାପରେ ମରି ଯାଇଥିବା ଭାବି ମାଟି ଖୋଳି ତଳେ ପୋତି ଦେଇଥିଲେ। ମାତ୍ର ମରଣ ମୁହଁରୁ ଯୁବକଙ୍କ ଜୀବନ ବଞ୍ଚାଇଦେଲେ ବୁଲା କୁକର ।

Man Rescued

Man Rescued

Advertisment

ଜମି ବିବାଦ ନେଲା ଉଗ୍ର ରୂପ । ହଠାତ୍‌ ୪ ଯୁବକ ଜଣେ ଯୁବକଙ୍କୁ ଘରୁ ଟେକିନେଲେ। ଏହାପରେ ତାଙ୍କୁ ମାରପିଟ୍‌ କରିବା ସହ ଛୁରୀରେ ଭୁସିଥିଲେ। ଏହାପରେ ମରି ଯାଇଥିବା ଭାବି ମାଟି ଖୋଳି ତଳେ ପୋତି ଦେଇଥିଲେ। ମାତ୍ର ମରଣ ମୁହଁରୁ ଯୁବକଙ୍କ ଜୀବନ ବଞ୍ଚାଇଦେଲେ ବୁଲା କୁକର ।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟୁଛି। ମରଣ ମୁହଁରୁ ଫେରୁଥିବା ଯୁବକଜଣକ ହେଲେ ରୁପ କିଶୋର। ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ରୁପ କିଶୋର ପୁଲିସ୍‌ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ,ଅଙ୍କିତ, ଗୌରବ, କରଣ ଓ ଆକାଶ ନାମକ ୪ ଯୁବକ ତାଙ୍କୁ ଘରୁ ଉଠାଇ ନେଇ ଆଗ୍ରାର ଆରଟୋନି ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ଛୁରୀ ଭୁଷି ଦେଇଥିଲେ। ଫଳରେ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ଏହାପରେ ସେ ମରି ଯାଇଥିବା ଭାବି ମାଟି ଖୋଳି ପୋତି ଦେଇଥିଲେ।

Advertisment

ମାତ୍ର କିଛି ବୁଲା କୁକୁର ମାଟି ଖୋଳି ତାଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ ତାଙ୍କୁ କାମୁଡ଼ିବାରୁ ତାଙ୍କ ଚେତା ଫେରିଥିବା କହିଥିଲେ ରୁପ କିଶୋର । ଏହାପରେ ସେ ମାଟି ତଳୁ ବହୁ କଷ୍ଟରେ ବାହାରି ନିକଟସ୍ଥ ଗାଁକୁ ଯାଇଥିଲେ। ସେଠାକାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe