Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମିଳିଲା ହତ୍ୟା ଧମକ

ଅପରାଧୀ ୧୧୨ ଡାଏଲ କରି ସିଏମ୍‌ଙ୍କୁ ଦେଇଛି ଜୀବନରୁ ମାରି ଦେବାର ଧମକ । ୟୁପି ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

author-image
Niharika Rout
up cm

up cm

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମିଳିଛି ହତ୍ୟା ଧମକ । ଅପରାଧୀ ୧୧୨ ଡାଏଲ କରି ସିଏମ୍‌ଙ୍କୁ ଦେଇଛି ଜୀବନରୁ ମାରି ଦେବାର ଧମକ । ୟୁପି ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୟୁପି ଏସଟିଏଫ ସମେତ ଆହୁରି ବହୁ ଏଜେନ୍ସି ଏହି ଘଟଣାର ଖୋଳତାଡ଼ କରିବା ଆରମ୍ଭ କରିଛନ୍ତି ।

Advertisment

ଏନେଇ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଗତ ୨୩ ତାରିଖ ରାତି ୮ଟା ୨୨ ମିନିଟ୍‌ରେ ୟୁପି -୧୧୨ ମୁଖ୍ୟାଳୟର ସୋଶାଲ ମିଡିଆ ହ୍ୱାଟ୍ସ ଆପ୍‌ ଡେସ୍କକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଉକ୍ତ ମେସେଜରେ ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’ ବୋଲି ଲେଖାଥିଲା। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟର ସବୁ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇ ଯାଇଛନ୍ତି । ଟେକ୍ନିକାଲ ଟିମ ସହାୟତାରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୁଲିସ୍‌ ବିହାରର ଜଣେ ନାବାଳକଙ୍କୁ ବାନ୍ଧିଥିଲା। ପୁଲିସ୍‌ ତାକୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରୁ ଧରିଥିଲା।

Advertisment

ଗତ ବର୍ଷ ଏପ୍ରିଲ ମାସରେ ବି ଯୋଗୀଙ୍କୁ ହତ୍ୟା ଧମକ ମିଳିଥିଲା। ଏହାର ତଦନ୍ତ କରି ଲକ୍ଷ୍ନୌ ସାଇବର ସେଲ୍‌ ରାଜସ୍ଥାନର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଉକ୍ତ ଯୁବକଜଣକ ମଧ୍ୟ ୧୧୨ର ହ୍ୱାଟ୍ସ ଆପ୍‌ ଡେସ୍କକୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହୋଇଥିଲେ।

ଏହା ପୂର୍ବରୁ ଲକ୍ଷ୍ନୌ ବାସିନ୍ଦା ଦେବେନ୍ଦ୍ର ତିୱାରୀ ନାମକ ଯୁବକଙ୍କ ଘରେ ଥିବା ଏକ ବ୍ୟାଗ୍‌ରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଅନ୍ୟମାନଙ୍କ ବେକ କାଟିଛି, ହେଲେ ଯୋଗୀ ଓ ଦେବେନ୍ଦ୍ରଙ୍କୁ ବୋମା ପକାଇ ଉଡ଼ାଇ ଦେବି ବୋଲି ଉକ୍ତ ଚିଠିରେ ସ୍ପଷ୍ଟ ଭାବେ ଲେଖାଥିଲା।

Uttar Pradesh CM Yogi Adityanath