Advertisment

ଝାନସୀରେ ଭୟଙ୍କର ଅଗ୍ନିକାଣ୍ଡ: ଶୋ’ ରୁମ୍‌ ଜଳି ୪ ଜୀବନ୍ତ ଦଗ୍ଧ, ୮୦ ଦମକଳ ଗାଡ଼ି ଲିଭାଇଲେ ନିଆଁ

ଗତକାଲି ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ଉକ୍ତ ଶୋ’ ରୁମ୍‌ରେ ବହୁତ ଲୋକ ଥିଲେ। ଅନ୍ୟମାନେ ଧାଁଦୌଡ଼ କରି ବାହାରି ଯାଇଥିବା ବେଳେ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ।

Fire

Fire

Advertisment

ଉତ୍ତରପ୍ରଦେଶ ଝାନସୀରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏକ ଶୋ’ ରୁମ୍‌ରେ ନିଆଁ ଲାଗିଯିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

Advertisment

ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ’ ରୁମ୍‌ରେ ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ଶୋ’ ରୁମ୍‌ରେ ଏକ ଇଲେକଟ୍ରୋନିକ୍‌ ଶୋ’ ରୁମ୍ ଥିବା ବେଳେ ଏକ ସ୍ପୋର୍ଟ୍ସ ଶୋ’ ରୁମ୍‌ ବି ରହିଥିଲା। ଗତକାଲି ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ଉକ୍ତ ଶୋ’ ରୁମ୍‌ରେ ବହୁତ ଲୋକ ଥିଲେ। ଅନ୍ୟମାନେ ଧାଁଦୌଡ଼ କରି ବାହାରି ଯାଇଥିବା ବେଳେ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ୩ ଜଣ ଶୋ’ ରୁମ୍‌ ଭିତରେ ଜଳି ଯାଇଥିବା ବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଅଗ୍ନିକାଣ୍ଡରେ ଏକ ଇନସୁରାନ୍ସ କମ୍ପାନୀର ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରୁଥିବା ଜଣେ ମହିଳା ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ଶୋ’ ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇ ଯାଇଛି।

Advertisment

ନିଆଁ ଏତେ ଭୟଙ୍କର ଭାବେ ଲାଗି ଯାଇଥିଲା ଯେ, ଏହାକୁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଏଥିସହ ସେନାର ବି ସହାୟତା ନିଆଯାଇଥିଲା। ପ୍ରାୟ ୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଛି।  

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି।

Uttar Pradesh Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe