Advertisment

ଅଣ୍ତା ଟଙ୍କା ପାଇଁ ନାବାଳକ ସାଙ୍ଗକୁ ହତ୍ୟା

ଅଭିଯୁକ୍ତ ତିନି ଜଣ ସାଙ୍ଗ ମିଶି ଚନ୍ଦନଙ୍କୁ ଅହିରାଉଳି ଗାଁ ନିକଟକୁ ନେଇଯାଇଥିଲେ ଏବଂ ସେଠାରେ ଏକ ନିଛାଟିଆ ସ୍ଥାନରେ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି
UP Police

UP Police

ବନ୍ଧୁ ସାଜିଲା ବଇରୀ । ଅଣ୍ତା ଟଙ୍କା ନ ଦେବାରୁ ନାବାଳକ ସାଙ୍ଗକୁ ନିର୍ମମ ହତ୍ୟା। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ତିନିଜଣ ସାଙ୍ଗ ମିଶି ସେମାନଙ୍କ ୧୫ ବର୍ଷର ସାଙ୍ଗକୁ ହତ୍ୟା କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ।

Advertisment

ଗୁରୁବାର ଦିନ ନିହତ ୧୫ ବର୍ଷୀୟ ନାବାଳକ ଚନ୍ଦନ ତାଙ୍କର ତିନି ଜଣ ସାଙ୍ଗଙ୍କ ସହ ମିଶି ଘୁଘୁଲି ଗାଁରେ ଥିବା ଜଣେ ଦୋକାନୀଙ୍କ ପାଖକୁ ଅଣ୍ଡା ଖାଇବା ପାଇଁ ଯାଇଥିଲେ। ସେଠାରେ ଅଣ୍ତା ଖାଇବା ପରେ ଦୋକାନୀଙ୍କୁ ୧୧୫ ଟଙ୍କା ଦେବାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତିନିଜଣ ସାଙ୍ଗ ମିଶି ଚନ୍ଦନଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ କହିଛି।

ପୁଲିସ ମୁତାବକ, ଅଭିଯୁକ୍ତ ତିନି ଜଣ ସାଙ୍ଗ ମିଶି ଚନ୍ଦନଙ୍କୁ ଅହିରାଉଳି ଗାଁ ନିକଟକୁ ନେଇଯାଇଥିଲେ ଏବଂ ସେଠାରେ ଏକ ନିଛାଟିଆ ସ୍ଥାନରେ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିଲେ। ତା' ପରେ ମୃତଦେହକୁ ନିକଟରେ ଥିବା ଛଟି ଗଣ୍ଡକ ନଦୀ କୂଳକୁ ଫିଙ୍ଗି ଦେଇଥିଲେ।

Advertisment

ରାତିରେ ଚନ୍ଦନ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ଚନ୍ଦନ ନ ମିଳିବାରୁ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ରବିବାର ଘୁଘୁଲି ଥାନା ପୁଲିସ ଚନ୍ଦନର ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ମାନକୁ ଗିରଫ କରିଥିଲେ।

Murder Uttar Pradesh