Advertisment

ପ୍ରେମକୁ ନା କହିଲେ ନାବାଳିକା, ଏସିଡ ପକାଇଦେଲେ ଯୁବକ

ନାବାଳିକଜଣକ ଯୁବକଙ୍କ ପ୍ରେମକୁ ଏଡ଼ାଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଯୁବକଜଣକ ତାଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି। ଏଥିରେ ଗୁରୁତର ଆହତ ହୋଇଥିବା ନାବାଳିକାଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ବାନ୍ଧିଛି।

Acid Attack

Acid Attack

Advertisment

ଏକ ତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କୁଶୀନଗରରେ। ନାବାଳିକଜଣକ ଯୁବକଙ୍କ ପ୍ରେମକୁ ଏଡ଼ାଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଯୁବକଜଣକ ତାଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି। ଏଥିରେ ଗୁରୁତର ଆହତ ହୋଇଥିବା ନାବାଳିକାଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ବାନ୍ଧିଛି। ଅଭିଯୁକ୍ତଦ୍ୱୟ ହେଲେ ମୁକେଶ ରାଜଭର ଓ ତାଙ୍କ ସହଯୋଗୀ ସୁରଜ ରାଜଭର।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁକେଶ ପୀଡ଼ିତା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ମାତ୍ର ସେ ନାବାଳିକାଙ୍କ ସହ କଥା ହେବାକୁ ଚେଷ୍ଟା କରିବା ବେଳେ ନାବାଳିକାଜଣକ କିନ୍ତୁ ଏଥିରୁ ଦୂରେଇ ରହୁଥିଲେ। ମୁକେଶଙ୍କ ପ୍ରସ୍ତାବକୁ ସେ ବାରମ୍ବାର ପ୍ରତ୍ୟାଖାନ କରୁଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ମୁକେଶ ନାବାଳିକାଙ୍କୁ ପାନେ ଦେବାକୁ ଷଡଯନ୍ତ୍ର କଲେ। ଏକ କେମିକାଲ ଦୋକାନରୁ ସେ ଏସିଡ କିଣିବା ପରେ ନିଜ ସାଙ୍ଗ ସୁରଜଙ୍କ ସହ ବାଇକ୍‌ରେ ନାବାଳିକାଙ୍କ ଘରକୁ ଗଲେ। ସେଠାରେ ତାଙ୍କ ମୁହଁରେ ଏସିଡ ପକାଇ ଉଭୟ ଫେରାର ହୋଇଗଲେ।

Advertisment

ପରିବାର ଲୋକେ ତୁରନ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି।

Acid Attack Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe