Advertisment

ଜୋଶୀମଠର ସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ରବି ଶଙ୍କର ପ୍ରସାଦ

ରିପୋର୍ଟ ଅନୁଯାୟୀ ସହରର ୭୨୩ଟି ଘର ଫାଟିଥିବାବେଳେ ୧୩୧ଟି ପରିବାର ପ୍ରଭାବିତ ହୋଇଛନ୍ତି।

author-image
Tapas Behera
Ravi Shankar Prasad

Ravi Shankar Prasad

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜୋଶୀମଠର ସ୍ଥିତିକୁ ଭଲ ଭାବରେ ପରିଚାଳନା କରୁଛନ୍ତି। ଏହା କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ବିପଦସଙ୍କୁଳ ଅବସ୍ଥାରେ ଥିବା ଜୋଶୀମଠର ସ୍ଥିତିକୁ ଭଲ ଭାବେ ପୁଷ୍କର ସିଂ ଧାମି ପରିଚାଳନା କରୁଥିବାରୁ କୌଣସି ନାଗରିକ ଆହତ ହୋଇ ନଥିବା ସେ କହିଛନ୍ତି। ଉତ୍ତରାଖଣ୍ଡ ଚାମୋଲି ଜିଲା ଜୋଶୀମଠ ସହର ଦବିବା କାରଣକୁ ନେଇ ପ୍ରଭାବିତ ଲୋକଙ୍କ ପ୍ରତି ରାଜ୍ୟ ସରକାର ପ୍ରାଥମିକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ପ୍ରତି ପରିବାରକୁ ୧.୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରିପୋର୍ଟ ଅନୁଯାୟୀ ସହରର ୭୨୩ଟି ଘର ଫାଟିଥିବାବେଳେ ୧୩୧ଟି ପରିବାର ପ୍ରଭାବିତ ହୋଇଛନ୍ତି।

Advertisment

ଏହିସବୁ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି। ସୂଚନା ଅନୁଯାୟୀ, ଜୋଶୀମଠ ଅଞ୍ଚଳର ୯ଟି ଅଞ୍ଚଳରେ ଥିବା ୫୬୧ଟି ଦୋକାନ ଘରେ ଫାଟ ଦେଖିବାକୁ ମିଳିଥିଲା।

ପାହାଡରୁ ମାଟି ଅତଡା ଖସିବା ଫଳରେ ଅନେକ ଘରେ ଫାଟ ଦେଖାଦେଇଥିଲା । ଏଠାରେ ଅନେକ ସ୍ଥାନରେ ପାହାଡରୁ ମାଟି ଅତଡା ଖସିବା ଫଳରେ ସ୍ଥାନୀୟ ଘରଗୁଡିକରେ ଫାଟ ଦେଖାଯାଉଛି। ଏଭଳି ବିପଦକୁ ନଜରରେ ରଖି ଅନେକ ହୋଟେଲକୁ ବନ୍ଦ କରିଦେବା ସହ ୩୮ରୁ ଅଧିକ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାସହ ସେଠାରେ ଏନଟିପିସି ତରଫରୁ ଚାଲିଥିବା କାମକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବୈଜ୍ଞାନିକଙ୍କ କହିବା କଥା ହେଲା ପାହାଡରେ ମାଟି, ଗଛ ଓ ପଥର ରହିଛି । ହେଲେ ପାହାଡଟି ବହୁ ପୁରୁଣା ହୋଇଥିବାରୁ ଏଥିରେ ବାନ୍ଧି ରଖିବାର କ୍ଷମତା ହ୍ରାସ ପାଇଛି ।

Advertisment
India