Advertisment

ଡିଭାଇଡର୍‌ରେ ପିଟି ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍‌

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଛାତି, ମୁଣ୍ଡ ଓ ହାତରେ ମଧ୍ୟ ଆଘାତ ଲାଗିଛି।

author-image
Madhupriya Mistry
Harish Rawat Car Accident

Harish Rawat Car Accident

ଦୁର୍ଘଟଣାର ଶିକାର ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଡିଭାଇଡର୍‌ରେ ପିଟି ହେଲା ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତଙ୍କ କାର୍‌। ଗତ ବିଳମ୍ବିତ ରାତିରେ ହଲଦ୍ୱାଇନ୍‌ରୁ କାଶିପୁର ଯାଉଥିବା ବେଳେ ରାସ୍ତାରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ସେପଟେ ଦୁର୍ଘଟଣା ଯୋଗୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆହତ ହୋଇଛନ୍ତି। ହରିଶ ରାଓ୍ୱତଙ୍କ ଛାତିରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ହରିଶଙ୍କ କାର୍‌ ପୂରା ଭାଙ୍ଗି ଚୁରମାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି।

ସୂଚନା ମୁତାବକ, ହରିଶ ନିଜର ପିଏସଓ ଓ ଅନ୍ୟ ସହଯୋଗୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କାଶିପୁର ଯାଉଥିଲେ। ତେବେ ଅଧ ରାସ୍ତାରେ ତାଙ୍କ ଗାଡିଟି ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇଥିଲା। ଏଥିରେ ହରିଶଙ୍କ ଛାତି, ମୁଣ୍ଡ ଓ ହାତରେ ମଧ୍ୟ ଆଘାତ ଲାଗିଛି। ତେବେ ହରିଶଙ୍କ ଡ୍ରାଇଭର ଓ ପିଏସଓ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଭୟ ଗାଡିରେ ଥିଲେ ମଧ୍ୟ ସେମାନଙ୍କୁ ସେତେଟା ଆଘାତ ଲାଗିନି। ଏହି ଦୁର୍ଘଟଣା ରାତି ପାଖାପାଖି ୧୨.୧୫ମିନିଟ ସମୟରେ ହୋଇଛି।

Advertisment
Accident Uttarakhand Harish Rawat Former CM