ଉତ୍ତରାଖଣ୍ଡର ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଗଭୀର ଘାଇରେ ଖସି ପଡ଼ିଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ଉତ୍ତରକାଶୀ ଅଞ୍ଚଳର ୨ ପରିବାରର ୭ ସଦସ୍ୟ ଏକ ଭ୍ୟାନ୍ରେ କେଦାରନାଥ ଧାମ ଦର୍ଶନ ପାଇଁ ବାହାରିଥିଲେ। ମାତ୍ର ଲେଥା-ଟିହରୀ ହାଇୱେର ଡାଙ୍ଗଚୌରା ପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା।
ସୂଚନା ପାଇ ପୁଲିସ୍ ଓ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସେମାନେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ
ଜଣେ ଯୁବତୀ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ।
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।