Advertisment

ରେସ୍କ୍ୟୁ ଅପରେସନ୍‌କୁ ଝଟ୍‌କା, ଭାଙ୍ଗିଲା ମେସିନ୍‌ର ବିୟରିଂ

ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ।

Tunnel Collapse rescue

Tunnel Collapse rescue

Advertisment

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି। ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ। ଆଜି ଶନିବାର ହେଲାଣି। ତଥାପି ସବୁ ଚେଷ୍ଟା ସତ୍ତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଗତକାଲି ଅପରାହ୍ନରେ ଡ୍ରିଲିଂ ଚାଲିଥିବା ବେଳେ କିଛି ଭାଙ୍ଗିବାର ଶବ୍ଦ ହେବା ହୋଇଥିଲା। ମେସିନ୍‌ର ବିୟରିଂ ଭାଙ୍ଗି ଯାଇଥିବା କୁହାଯାଉଛି। ତେଣୁ ତୁରନ୍ତ କାମ ବନ୍ଦ କରାଯାଇଥିଲା। ତେଣୁ ରେସ୍କ୍ୟୁ ଅପରେସନ୍‌କୁ ବଡ଼ ଝଟ୍‌କା ଗଲାଛି।

Advertisment

ଟନେଲ ଭିତରେ ଭଗ୍ନାବଶେଷ ଜମା ହେବା ସହ ମେସିନର ବିୟରିଂ ଭାଙ୍ଗି ଯିବା କାରଣରୁ ଡ୍ରିଲିଂ କାମ ଠପ୍‌ ହୋଇଯାଇଛି। ବର୍ତ୍ତମାନ ବିୟରିଂକୁ ପୁଣି ମରାମତି କରାଯାଉଛି। ତେବେ ପୁଣି ଥରେ କାମ ଆରମ୍ଭ ପାଇଁ ଚେଷ୍ଟା କରାଯାଉଛି ବୋଲି ଏନଏଚଆଇଡିସିଏଲର ନିର୍ଦ୍ଦେଶକ ଅଂଶୁ ମନିଷ କହିଛନ୍ତି। ସେପଟେ ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।

ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି। କିନ୍ତୁ ପାଇପ ପ୍ରବେଶ କରାଇବା ପାଇଁ ଡ୍ରିଲିଂ କରିବା ସମୟରେ ସମସ୍ୟା ହେଉଛି। କେତେବେଳେ ଡ୍ରିଲିଂ ମେସିନ ଖରାପ ହେଉଛି ତ କେତେବେଳେ ଡ୍ରିଲିଂ ସମୟରେ ଆହୁରି ମାଟି ଅତଡ଼ା ଧସୁଛି। ଆଶ୍ୱାସନାର କଥା ଏତିକି ଯେ, ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି। ସେମାନଙ୍କ ପାଖକୁ ପାଇପରେ ଖାଇବା ପିଇବା ଓ ଅକ୍ସିଜେନ ପଠାଯାଉଛି। ଆଶଙ୍କା କରାଯାଉଛି, ଆହୁରି ମାଟି ଅତଡ଼ା ଧସିପାରେ।

Advertisment

ଗତକାଲି ଦିଲ୍ଲୀରୁ ଅଣାଯାଇଥିବା ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ୨୪ ମିଟର ଡ୍ରିଲ କରାଯାଇଥିବା ବେଳେ ଏକ ମେଟାଲ ପ୍ଲେଟରେ ମାଡ ହେବାରୁ ଖୋଳା କାମ ବନ୍ଦ ରହିଛି। ଆହୁରି ୩୦ରୁ ୪୦ ମିଟର ଡ୍ରିଲିଂ କରିବାକୁ ପଡ଼ିବ। ଅଧିକ ଖନନ ପାଇଁ ଇନ୍ଦୋରରୁ ଆଉ ଏକ ମେସିନ ଏୟାର ଲି଼ଫ୍ଟିଂ କରାଯାଇଛି। ଥାଇଲାଣ୍ଡ ଓ ନରୱେରୁ ମଧ୍ୟ ଆସିଛନ୍ତି ବିଶେଷଜ୍ଞ ଟିମ୍। ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀ ଘଟଣାସ୍ଥଳକୁ ଯାଇ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି।

Uttarakashi Tunnel Collapses Tunnel Collapses In Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe