Advertisment

ଖୁବ୍‌ଶୀଘ୍ର ବାହାରିବେ ୪୧ ଶ୍ରମିକ! ଆଉ ମାତ୍ର ୫ ମିଟର୍‌

୪୧ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ ମଧ୍ୟରେ ଆଉ ମାତ୍ର ୫ ମିଟରର ଦୂରତା ବାକି ରହିଛି।

ଅଦ୍ୟତନ ହୋଇଛି
tunnel rescue

tunnel rescue

Advertisment

ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ମେସିନ୍‌ ଭାଙ୍ଗିବା ପରେ ଚାଲିଛି ମାନୁଆଲି ଡ୍ରିଲିଂ। ପାଇପ୍‌ ଭିତରେ ପଶି ରେସ୍କ୍ୟୁ ଟିମ୍‌ ହାତରେ ଖୋଲିବା ଜାରି ରଖିଛନ୍ତି। ୧୬ ଦିନ ହେବ ଉତ୍ତରକାଶୀର ଟନେଲ ଭିତରେ ଫଶିଥିବା ୪୧ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ ମଧ୍ୟରେ ଆଉ ମାତ୍ର ୫ ମିଟରର ଦୂରତା ବାକି ରହିଛି। ଯଦି କୌଣସି ବାଧା ନ ଉପୁଜେ ତେବେ ଖୁବଶୀଘ୍ର ସମସ୍ତ ଶ୍ରମିକ ଟନେଲ ଭିତରୁ ବାହାରକୁ ବହାରି ଆସିବେ ବୋଲି ଆଶା କରାଯାଉଛି।

Advertisment

ଅଗର ମେସିନର ଭଗ୍ନାଂଶ ସୁଡଙ୍ଗ ଭିତରୁ ବାହାରିବା ପରେ ସୋମବାର ଠାରୁ ମାନୁଆଲ ଡ୍ରିଲିଂ ଜାରି ରହିଛି। ଏହାର ପ୍ରଥମ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ରେସ୍କ୍ୟୁ ଟିମ୍‌ର କିଛି ସଦସ୍ୟ ପାଇପ୍‌ ଭିତରୁ ମାଟି ବାହାରକୁ କାଢ଼ି ଆଣୁଥିବା ଦେଖିବାକୁ ମିଳିଛି। ଅଗର ମେସିନ୍‌ ଫେଲ୍‌ ହେବା ପରେ ରେଟ୍‌ ମାଇନର୍ସ ରେସ୍କ୍ୟୁ କାମରେ ଲାଗିଛନ୍ତି। ଏମାନେ ମେସିନ୍‌ ଠାରୁ ମଧ୍ୟ ହାତରେ ଦ୍ରୁତ ଗତିରେ କାମ କରୁଛନ୍ତି।

ମାନୁଆଲ୍ ଡ୍ରିଲିଂ ପାଇଁ ରେଟ୍‌ ମାଇନର୍ସଙ୍କ ତିନୋଟି ଟିମ୍‌ ତିଆରି କରାଯାଇଛି। ୧୨, ୭ ଓ ୫ ସଦସ୍ୟଙ୍କ ଏହି ଟିମ୍‌ କାମରେ ଲାଗିଛି। ସେପଟେ ଭର୍ଟିକାଲ ଡ୍ରିଲିଂ କାମ ମଧ୍ୟ ଦ୍ରୁତ ଗତରେ ଚାଲିଛି। ଡ୍ରିଲିଂ କାମ ପ୍ରାୟ ୪୦ ପ୍ରତିଶତ ପୂରା ହୋଇସାରିଲାଣି। ପାହାଡ଼ ଉପରୁ ତଳ ଆଡ଼କୁ ହେଉଥିବା ଭର୍ଟିକାଲ୍ ଡ୍ରିଲିଂ ୩୬ ମିଟର ଯାଏଁ ଖୋଳା ସରିଛି। ଭର୍ଟିକାଲ୍ ଡ୍ରିଲିଂରେ ମୋଟ ୮୬ ମିଟର ଖୋଳିବାକୁ ପଡ଼ିବ ଓ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ।

Advertisment

ହରାଇଜଣ୍ଟାଲ୍ ଡ୍ରିଲିଂ ବି ସମାନ୍ତରାଳ ଭାବେ ଚାଲିଛି। ଆସନ୍ତା ଦୁଇ ଦିନ ଭିତରେ କିଛି ଖୁସି ଖବର ମିଳିବାର ଆଶା ରହିଛି । ଏହି ସମୟରେ ଭୂମିରେ କଂପନକୁ ମାପିବା ପାଇଁ ସେନ୍ସର ବ୍ୟବହାର କରାଯାଉଛି। ଯଦି ଆଉ ବାଧା ନଆସେ ତେବେ ୨୪ରୁ ୩୬ ଘଣ୍ଟା ଭିତରେ ଏହା ଖୋଳା ସରିଯିବ ବୋଲି କୁହାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲଗାତର ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଆଜି ସକାଳୁ ସେ ପୁଣି ଥରେ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି। ପ୍ରାୟ ୫୨ ମିଟର୍‌ ପାଇପ୍‌ ଭିତରକୁ ପଶିଛି, ଆହୁରି ୫୭ ମିଟର ଭିତରକୁ ଯିବ। ତେଣୁ ଜୋର୍‌ସୋର୍‌ରେ ହାତରେ ଖୋଳା କାମ ଚାଲିଛି ବୋଲି ସେ କହିଛନ୍ତି।

Uttarkashi Rescue Operation Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe