Advertisment

ସଫଳ ହେଲା ଅକ୍ଳାନ୍ତ ପରିଶ୍ରମ, ସୁଡ଼ଙ୍ଗରୁ ବାହାରିଲେ ଶ୍ରମିକ

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା।

ଅଦ୍ୟତନ ହୋଇଛି
Labour

Labour

Advertisment

ଦୀର୍ଘ ୧୭ ଦିନର ଅକ୍ଳାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି। ଉତ୍ତରକାଶୀର ସୁଡ଼ଙ୍ଗ ତଳୁ ଉଦ୍ଧାର ହୋଇଛନ୍ତି  ଫସି ରହିଥିବା ଶ୍ରମିକ। ଟନେଲ ଭିତରେ ୪୧ ଜଣ ଶ୍ରମିକ ଫସି ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଆଉ ୪ ଜଣ ଓ ପରେ ଆଉ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ସୁଡ଼ଙ୍ଗରୁ ବାହାର କରାଯାଉଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୩୦ ମିନିଟ ସମୟ ଲାଗିବ। 

Advertisment

ପ୍ରଥମ ଶ୍ରମିକ ବାହାରକୁ ଆସିବା ପରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ସ୍ୱାଗତ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି। 

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ସବୁ କିଛି ଫେଲ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା। ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। 

Advertisment

ପାଇପ ଯୋଗେ ୫ ଜଣ ଶ୍ରମିକଙ୍କୁ ଷ୍ଟ୍ରେଚର ଦ୍ୱାରା ବାହାରକୁ ଅଣାଯାଇଥିଲା। ଜଣଙ୍କ ପରେ ଜଣେ ଶ୍ରମିକ ବାହାରକୁ ଆସୁଛନ୍ତି। ଟନେଲ ଭିତରେ ଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ମଧ୍ୟ ରହିଥିଲେ। ସେମାନେ ପ୍ରଥମ ପର୍ଯ୍ୟାୟରେ ବାହାରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। 

ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶ୍ରମିକମାନଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଛି। 

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ଅଗର ମେସିନଠୁ ବହୁ ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ସୁଡ଼ଙ୍ଗ ରାସ୍ତା ଅବରୋଧ କାରଣରୁ ସହଜ ହୋଇପାରି ନଥିଲା।

ଏହି ଅପରେସନରେ ପ୍ରଥମେ ଶ୍ରମିକଙ୍କ ଜୀବନ ପ୍ରତି ଧ୍ୟାନ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ପାଇପ୍ ଯୋଗେ ସେମାନଙ୍କ ନିକଟକୁ ଅମ୍ଳଜାନ, ଶୁଖିଲା ଖାଦ୍ୟ ଓ ପାଣି ପଠା ଯାଇଥିଲା। ଧୀରେ ଧୀରେ ଉନ୍ନତ ମାନର ଡ୍ରିଲିଂ ମେସିନ୍, ଅଗର ମେସିନ, ରୋବଟ୍ ଏବଂ ରେଟ୍‌ ମାଇନର୍ସଙ୍କ ଟିମ୍  ସାହାଯ୍ୟରେ ଶ୍ରମିକଙ୍କ ନିକଟକୁ ପହଞ୍ଚିବାକୁ ଉଦ୍ୟମ କରିଥିଲେ ଉଦ୍ଧାରକାରୀ ଟିମ୍।

ଏହି ଅପରେସନରେ ଶତାଧିକ ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ମୁକାବିଲା କର୍ମଚାରୀ ନିୟୋଜିତ ରହିଥିଲେ। ଫସିଥିବା ଶ୍ରମିକଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। ଟନେଲ ନିକଟରେ ବହୁ ବରିଷ୍ଠ ଅଧିକାରୀ, ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ।

ଆଖ ପାଖ ମନ୍ଦିରର ପୂଜକ ମଧ୍ୟ ଶ୍ରମିକଙ୍କ ଉଦ୍ଧାର ପାଇଁ ଟନେଲ ନିକଟରେ ପୂଜାପାଠ କରିଥିଲେ। ଶେଷରେ ସମସ୍ତଙ୍କ ଆଶୀର୍ବାଦ ଓ ଉଦ୍ଧାରକାରୀ ଟିମଙ୍କ ଅକ୍ଳାନ୍ତ ପରିଶ୍ରମ ସଫଳ ହୋଇଛି। ଶ୍ରମିକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସିଲ୍କିୟାରାରୁ ଉତ୍ତରାଖଣ୍ଡ ଉତ୍ତରକାଶିର ଦଣ୍ଡଲଗାାଁକୁ ସଂଯୋଗ କରିବା ପାଇଁ ଏହି ଟନେଲ(ସୁଡଙ୍ଗ) ନିର୍ମାଣ କରାଯାଉଥିଲା। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଚାଲିଥିଲା ନିର୍ମାଣ କାର୍ଯ୍ୟ। ଏହି ଟନେଲ୍ ମାଧ୍ୟମରେ ଉତ୍ତରକାଶିରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। 

Tunnel Tragedy Tunnel Tragedy Uttarakhand Uttarakhand Tunnel Collapses Uttarakashi Tunnel Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe