ନିଜ ସାଙ୍ଗଙ୍କ ସହ ମଜାମସ୍ତି କରିବାକୁ କ୍ଲବ ଯାଇଥିଲେ ଯୁବତୀ। ସେଠାରେ କିନ୍ତୁ ମଜାମସ୍ତିର ମାହୋଲ ହଠାତ୍ ଉତ୍ତେଜନାପୂର୍ଣ୍ଣ ପାଲଟିଗଲା। ବିନା କାରଣରେ ଜଣେ ବାଉନ୍ସର ହଠାତ୍ ତାଙ୍କୁ ପିଟିବା ସହ ଟେକି ବାହାରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀଜଣକ । ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।
ଉତ୍ତରାଖଣ୍ଡର ଜଣେ ମହିଳା ନିଜର କିଛି ସାଙ୍ଗଙ୍କ ସହ ଦିଲ୍ଲୀର ଗୁରୁଗ୍ରାମରେ ଥିବା ଏକ କ୍ଲବକୁ ଯାଇଥିଲେ। ମାତ୍ର ରାତି ଅଧରେ ହଠାତ୍ ୩ରୁ ୪ ବାଉନ୍ସର ଭିତରକୁ ପଶି ଆସିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ବାଉନ୍ସର ବି ଥିବା ଜଣାଯାଇଛି। ସେମାନେ ବିନା କାରଣରେ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ।
ଏହାପରେ ମେଘା ନାମକ ବାଉନ୍ସର ପିଟିବା ଆରମ୍ଭ କରିଦେଲେ ବୋଲି ଯୁବତୀଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଏହାପରେ ସେ ତାଙ୍କ ବେକକୁ ଚିପିବା ସହ ଟେକି ବାହାରେ ଫୋପାଡ଼ି ଦେଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି। ଏଥିଯୋଗ ଆହତ ହୋଇଥିବା ଯୁବତୀଜଣକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ଏନେଇ ଗୁରୁଗ୍ରାମର ସେକ୍ଟର-୪୦ ଥାନାରେ ଏକ ମାମଲା ରୁଜୁ ହୋଇଛି। କ୍ଲବର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି। ଖୁବ୍ ଶୀଘ୍ରଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ଅଧିକାରୀ ପ୍ରକାଶ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।