Advertisment

ସାଙ୍ଗଙ୍କ ସହ କ୍ଳବ ଯାଇଥିଲେ ଯୁବତୀ, ଟେକି ‍ଫୋପାଡ଼ିଦେଲେ ବାଉନ୍ସର

ଉତ୍ତରାଖଣ୍ଡର ଜଣେ ମହିଳା ନିଜର କିଛି ସାଙ୍ଗଙ୍କ ସହ ଦିଲ୍ଲୀର ଗୁରୁଗ୍ରାମରେ ଥିବା ଏକ କ୍ଲବକୁ ଯାଇଥିଲେ। ମାତ୍ର ରାତି ଅଧରେ ହଠାତ୍‌ ୩ରୁ ୪ ବାଉନ୍ସର ଭିତରକୁ ପଶି ଆସିଲେ।

Night Club

Night Club

Advertisment

ନିଜ ସାଙ୍ଗଙ୍କ ସହ ମଜାମସ୍ତି କରିବାକୁ କ୍ଲବ ଯାଇଥିଲେ ଯୁବତୀ। ସେଠାରେ କିନ୍ତୁ ମଜାମସ୍ତିର ମାହୋଲ ହଠାତ୍‌ ଉତ୍ତେଜନାପୂର୍ଣ୍ଣ ପାଲଟିଗଲା। ବିନା କାରଣରେ ଜଣେ ବାଉନ୍ସର ହଠାତ୍‌ ତାଙ୍କୁ ପିଟିବା ସହ ଟେକି ବାହାରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀଜଣକ । ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଉତ୍ତରାଖଣ୍ଡର ଜଣେ ମହିଳା ନିଜର କିଛି ସାଙ୍ଗଙ୍କ ସହ ଦିଲ୍ଲୀର ଗୁରୁଗ୍ରାମରେ ଥିବା ଏକ କ୍ଲବକୁ ଯାଇଥିଲେ। ମାତ୍ର ରାତି ଅଧରେ ହଠାତ୍‌ ୩ରୁ ୪ ବାଉନ୍ସର ଭିତରକୁ ପଶି ଆସିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ବାଉନ୍ସର ବି ଥିବା ଜଣାଯାଇଛି। ସେମାନେ ବିନା କାରଣରେ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ।

ଏହାପରେ ମେଘା ନାମକ ବାଉନ୍ସର ପିଟିବା ଆରମ୍ଭ କରିଦେଲେ ବୋଲି ଯୁବତୀଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଏହାପରେ ସେ ତାଙ୍କ ବେକକୁ ଚିପିବା ସହ ଟେକି ବାହାରେ ଫୋପାଡ଼ି ଦେଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି। ଏଥିଯୋଗ ଆହତ ହୋଇଥିବା ଯୁବତୀଜଣକ  ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। 

Advertisment

ଏନେଇ ଗୁରୁଗ୍ରାମର ସେକ୍ଟର-୪୦ ଥାନାରେ ଏକ ମାମଲା ରୁଜୁ ହୋଇଛି। କ୍ଲବର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି। ଖୁବ୍‌ ଶୀଘ୍ରଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି।

Delhi Night Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe