Advertisment

ରେସ୍କ୍ୟୁରେ ସାମିଲ ହେବ ସେନା, ଆସିଲା ପ୍ଲାଜମା କଟର୍‌

ହାଇଦ୍ରାବାଦରୁ ପ୍ଲାଜମା କଟର୍ ମେସିନ୍ ଆସି ପହଞ୍ଚିବା ପରେ ଆଜି ସକାଳୁ ପୁଣି ଥରେ ଅପରେସନ ଆରମ୍ଭ ହୋଇଛି।

author-image
Madhupriya Mistry
Indian Army join rescue team

Indian Army join rescue team

ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି ରହିଥିବା ଅଗର ମେସିନର କ୍ଷତିଗ୍ରସ୍ତ ଅଂଶ ବାହାର କରିବା ପରେ ସେନା ପକ୍ଷରୁ ମାନୁଆଲ ଡ୍ରିଲିଂ କରାଯିବ। ତେବେ ଏହି ଅଗର ମେସିନର କ୍ଷତିଗ୍ରସ୍ତ ପାର୍ଟ ବାହାର କରିବାକୁ ପ୍ରାୟ ଗୋଟିଏ ଦିନ ଲାଗିଯିବ ବୋଲି କୁହାଯାଉଛି।

Advertisment

ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛି ପ୍ରଶାସନ। ହାଇଦ୍ରାବାଦରୁ ପ୍ଲାଜମା କଟର୍ ମେସିନ୍ ଆସି ପହଞ୍ଚିବା ପରେ ଆଜି ସକାଳୁ ପୁଣି ଥରେ ଅପରେସନ ଆରମ୍ଭ ହୋଇଛି। ଅଗର ମେସିନର ଏକ ଅଂଶ ପଥରରେ ଅଟକି ଯାଇଥିବାରୁ, ତାକୁ ବାହାର କରିବା କାମ ଚାଲିଛି। ଏହାପରେ ମାନୁଆଲି ଡ୍ରିଲିଂ କାମ ହେବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।

୨ ସପ୍ତାହ ହେଲା ୪୧ ଜଣ ଶ୍ରମିକ ଟନେଲ ଭିତରେ ଫଶି ରହିଛନ୍ତି। କେବେ ବାହାରିବେ ଦିନ ଗଣୁଥିବା ବେଳେ ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେଉଛି। ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ଭଳି, ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ। ଡ୍ରିଲିଂ ସରିବା ପରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପାଇପ୍ ଲଗାଯିବ। ଯେହେତୁ ଷଷ୍ଠ ଥର ପାଇଁ ଉଦ୍ଧାରକାରୀମାନେ ଡ୍ରିଲିଂ ପ୍ରକ୍ରିୟାରେ ବାଧାର ସମ୍ମୁଖୀନ ହୋଇଛନ୍ତି, ତେଣୁ ସେମାନେ ଅବଶିଷ୍ଟ ଆବର୍ଜନାକୁ ସ୍କାନ୍ କରିବା ପାଇଁ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡାର (ଜିପିଆର) ବ୍ୟବହାର କରୁଛନ୍ତି।

Advertisment

ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

Uttarkashi Rescue Operation Indian Army Tunnel Collapses