Advertisment

ଟନେଲ ଭିତରେ ୪୦ ଜୀବନ; ଓଡ଼ିଆ ଶ୍ରମିକ କହିଲେ- ଆମେ ସୁସ୍ଥ ଅଛୁ

ସୁଡ଼ଙ୍ଗ ଭିତରେ ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି।

Tunel

Tunel

Advertisment

ଦୀର୍ଘ ୫ ଦିନ ହେଲା ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନ ଆଜି ୫ମ ଦିନରେ ପହଞ୍ଚିଛି। ହେଲେ ଏଯାଏ ମିଳିନି କୌଣସି ସଫଳତା। ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଆହୁରି ଦୁଇ ୩ ଦିନ ସମୟ ଲାଗିବ। ଉଦ୍ଧାର କାର୍ଯ୍ୟ ପାଇଁ ଥାଇଲ୍ୟାଣ୍ଡର ବିଶେଷଜ୍ଞମାନଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଉଛି।

Advertisment

ଏସବୁ ଭିତରେ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ପାଖରୁ ଆସିଛି ପ୍ରଥମ ବାର୍ତ୍ତା। ଫସିଥିବା ଶ୍ରମିକଙ୍କ ମଧ୍ୟରେ ରହିଥିବା ଧୀରେନ ଆଜି ପାଇପ ଯୋଗେ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ସେ ଓ ଅନ୍ୟ ଶ୍ରମିକମାନେ ସୁସ୍ଥ ରହିଥିବା ସେ ସୂଚନା ଦେଇଛନ୍ତି।

ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମୟୂରଭଞ୍ଜର ଧୀରେନ୍ ନାଏକ। ସେ ଆଜି ପ୍ରଥମଥର ପାଇଁ ଟନେଲ୍ ଭିତରୁ ପରିବାର ଲୋକଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପାଇପର ବ୍ୟବସ୍ଥା କରାଯାଇଛି। ଉକ୍ତ ପାଇପ ଯୋଗେ ଧୀରେନ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି।

Advertisment

ସେ କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ। ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ରହିଛି। କେହି ବି ବ୍ୟସ୍ତ ହୁଅ ନାହିଁ। ସମସ୍ତେ ଧୈର୍ଯ୍ୟ ରଖ ବୋଲି ସେ ପାଇପ ଯୋଗେ ପରିବାର ଲୋକଙ୍କୁ କହିଛନ୍ତି। ଏହି ବାର୍ତ୍ତା ପରେ ପରିବାର ଲୋକ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଛନ୍ତି। ତଥାପି ଯଥାଶୀଘ୍ର ସମସ୍ତଙ୍କୁ ଟନେଲ ଭିତରୁ ବାହାର କରିବାକୁ ଅନୁରୋଧ କରାଯାଇଛି।

ସିଲ୍‌କ୍ୟାରା ସୁଡ଼ଙ୍ଗ ଭିତରେ ଭୂସ୍ଖଳନ ହେବା ପରେ ମାଟି ଧସି ଥିଲା। ଫଳରେ ଏହା ଭିତରେ କାମ କରୁଥିବା ୪୦ ଶ୍ରମିକ ରବିବାର ଠାରୁ ‍ଫସି ରହିଛନ୍ତି। ଏହି ଶ୍ରମିକଙ୍କୁ ବାହାରକୁ ବାହାର କରିବା ପାଇଁ ୫ ଦିନ ହେବ ବାୟୁସେନା ଓ ଏନ୍‌ଡିଆର୍‌ଏଫ୍ ଟିମ୍‌ ଲାଗିପଡ଼ିଛନ୍ତି। ତଥାପି ସଫଳତା ମିଳିନାହିଁ। ଏଥିପାଇଁ ଆଜି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ହାଇ ପାଓ୍ୱାର ଆମେରିକାନ୍‌ ଅଗର୍‌ ମେସିନ୍‌ ସୁଡ଼ଙ୍ଗ ଭିତରେ ଫିଟ୍‌ କରାଯାଇଛି।

ଏହି ବିଶାଳ ଯନ୍ତ୍ରପାତିକୁ ଦିଲ୍ଲୀରୁ ଉତ୍ତରାକାଶୀକୁ ଦୁଇଟି ହର୍କ୍ୟୁଲସ୍ ସି -୧୩୦ ବିମାନ ଯୋଗେ ଅଣାଯାଇଛି। ଏହି ମେସିନ୍ ତିନି ଭାଗରେ ଥିଲା। ଏହାକୁ ଏକାଠି କରିବା ପରେ କାମ ଆରମ୍ଭ ହୋଇଛି। ଏକ ଘଣ୍ଟାରେ ୬ ମିଟର ଯାଏ ଏହି ମେସିନ୍‌ ଡ୍ରିଲ୍‌ କରିବାର କ୍ଷମତା ରଖୁଛି। ଏହାବାଦ ଥାଇଲ୍ୟାଣ୍ଡ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଉଛି। ଏହା ସତ୍ତ୍ୱେ ଅପରେସନକୁ ସଫଳତାର ସହ ଶେଷ କରିବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିଛି।

ସୁଡ଼ଙ୍ଗ ଭିତରେ ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି। ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଓ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ରହିଥିବା କୁହାଯାଉଛି।

ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା।

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe