Advertisment

ଟନେଲ ଟ୍ରାଜେଡି: ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଆଉ ମାତ୍ର ୬ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି।

author-image
Madhupriya Mistry
Rescue and relief operations are underway

Rescue and relief operations are underway

ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଆହୁରି ଜୋରଦାର କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ବି ଶ୍ରମିକଙ୍କୁ ବାହାରକୁ ଆଣିବାରେ ଆହୁରି ବିଳମ୍ବ ହୋଇପାରେ ବୋଲି ପିଏମ୍‌ଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ ସୂଚନା ଦେଇଛନ୍ତି।

Advertisment

ଘଟଣାସ୍ଥଳରେ କୁଲବେ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଓ ଡ୍ରିଲିଂ ପୂରା କରିବା ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିବା ପାଇଁ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିବ। ଆଜି ବିଳମ୍ବିତ ରାତି ସୁଦ୍ଧା ଶ୍ରମିକମାନେ ସୁଡଙ୍ଗ ଭିତରୁ ବାହାରିବେ ବୋଲି ଆଶା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସେପଟେ ଉଦ୍ଧାର କାର୍ଯ୍ୟ ନେଇ ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୮ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୬ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି।

Advertisment

ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୬ ମିଟର ରହିଛି। ଖୁବ ଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚିବେ ଏନଡିଆରଏଫର ଉଦ୍ଧାରକାରୀ ଟିମ୍। ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା କହିଛନ୍ତି।

ସେପଟେ ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ। ରୁରକି IITର ମୁଖ୍ୟ ବୈଜ୍ଞାନିକ ତଥା ଟନେଲ ଏକ୍ସପର୍ଟ ଆର. ଡି. ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂହ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ମଧ୍ୟ ଅଛନ୍ତି।

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ। ଏଥିରେ ଅତ୍ୟାଧୁନିକ ମେସିନ ଏବଂ ଉପକରଣ ମହଜୁଦ ରଖାଯାଇଛି। ହସ୍ପିଟାଲରେ ବେଡ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଟନେଲରୁ ବାହାରିବା ମାତ୍ରେ ତୁରନ୍ତ ଶ୍ରମିକଙ୍କ ଚିକିତ୍ସା କରାଯିବ। ସେଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ପ୍ରସ୍ତୁତ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ଫସିଛନ୍ତି।

Uttarakhand Uttarakashi Tunnel Collapses