Advertisment

ଇସ୍ରୋ ପାଇଲା ନୂଆ ଅଧ୍ୟକ୍ଷ, ଦାୟିତ୍ୱ ନେଲେ ଭି ନାରାୟଣନ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ ।

ISRO

ISRO

Advertisment

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ନାରାୟଣନ୍ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ।

Advertisment

ଏହାପୂର୍ବରୁ ସେ ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ଏଲପିଏସସିର ଅଧ୍ୟକ୍ଷ ରହିଥିଲେ । ୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି।

ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଭଲିଆମାଲାରେ ଅବସ୍ଥିତ ଲିକ୍ୱିଡ୍ ପ୍ରପଲ୍ୟୁସନ୍ ସିଷ୍ଟମ୍ ସେଣ୍ଟର (LPSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଜିଏସଏଲଭି ଏମ୍ କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Advertisment

ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍ .ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ  ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି । ଏବେ ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ୍ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ISRO ISRO Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe