Advertisment

୧୪୪୪ କୋଟି ଟଙ୍କା ଦେଇ ବଙ୍ଗଳା କିଣିଲେ ଟିକା ଉତ୍ପାଦନ କରୁଥିବା ଅଦର ପୁନାୱାଲା

ବଙ୍ଗଳାକୁ ପୁନାୱାଲା ୧୩୮ ମିଲିୟନ ପାଉଣ୍ଡ ବା ପ୍ରାୟ ୧୪୪୪.୪ କୋଟି ଟଙ୍କା ଦେଇ କିଣିଛନ୍ତି।

Adar Poonawalla

Adar Poonawalla

Advertisment

କରୋନା ଠାରୁ ଆରମ୍ଭ କରି ବିଭିନ୍ନ ମହାମାରୀ ରୋଗର ଟିକା ‌ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି।

Advertisment

ସେ ଲଣ୍ଡନରେ କିଣିଛନ୍ତି ଗୋଟିଏ ଅତ୍ୟାଧୁନିକ ବଙ୍ଗଳା। ୨୫ ହଜାର ବର୍ଗ ଫୁଟ ପରିମିତ ଅଞ୍ଚଳରେ ବଙ୍ଗଳାଟି ରହିଛି। ଲଣ୍ଡନର ସବୁଠାରୁ ଦାମୀ ହାୟଡେ ପାର୍କ ଅଞ୍ଚଳରେ ଥିବା ଏହି ବଙ୍ଗଳାକୁ ପୁନାୱାଲା ୧୩୮ ମିଲିୟନ ପାଉଣ୍ଡ ବା ପ୍ରାୟ ୧୪୪୪.୪ କୋଟି ଟଙ୍କା ଦେଇ କିଣିଛନ୍ତି।

ଏଥିପାଇଁ ସବୁ ପ୍ରକାରର ଡିଲ୍‌ ଫାଇନାଲ ହୋଇ ସାରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ବର୍ଷ ଲଣ୍ଡନରେ କୌଣସି ବଙ୍ଗଳା କେବେ ହେଲେ ଏତେ ଟଙ୍କାରେ ବିକ୍ରି ହୋଇ ନଥିଲା। ଏହା ସବୁଠାରୁ ମହଙ୍ଗା ଡିଲ୍‌ର ମାନ୍ୟତା ପାଇଛି।

Advertisment

ଲଣ୍ଡନର ପ୍ରସିଦ୍ଧ ହାୟେଡ ପାର୍କ ଠାରେ Aberconway House ରହିଛି। ଦିବଙ୍ଗତ ପୋଲାଣ୍ଡ ବ୍ୟବସାୟୀ ଜାନ କୁଲଚଜେୟକଙ୍କ ଝିଅ ଡୋମିନିକାଙ୍କ ଠାରୁ ୧୪୪୪ କୋଟି ଟଙ୍କା ଦେଇ ପୁନାୱାଲା ବଙ୍ଗଳା କିଣିଛନ୍ତି।

ସେରମ ଲାଇଫ ସାଇନ୍ସ ମାଲିକାନାରେ ଏହି ସମ୍ପତ୍ତି ରହିବ। ପୁନାୱାଲା ପରିବାର ମାଲିକାରେ ଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଗୋଟିଏ ସଂସ୍ଥା ହେଉଛି ସେରମ ଲାଇଫ ସାଇନ୍ସ।

ସେରମ ଲାଇଫ ସାଇନ୍ସର ଜଣେ ବ୍ୟକ୍ତି କହିଛନ୍ତି, ପୁନାୱାଲା ପରିବାର ସ୍ଥାୟୀ ଭାବେ ବ୍ରିଟେନ ସ୍ଥାନାନ୍ତର ହେବେନି। କିନ୍ତୁ ଏହି ବଙ୍ଗଳା କମ୍ପାନୀ କାମ ଓ ପରିବାର ଲୋକ ବ୍ରିଟେନ ଆସିଲେ ବଙ୍ଗଳାର ବ୍ୟବହାର କରାଯିବ।

କରୋନା ମହାମାରୀ ବେଳେ ସେରମ ଇନଷ୍ଟିଚ୍ୟୁଟ ବେଶ ଚର୍ଚ୍ଚାକୁ ଆସିଥିଲା। ସଂସ୍ଥା ପକ୍ଷରୁ କୋଭିସିଲଡ ଟିକା ପ୍ରସ୍ତୁତ କରାଯାଇଥିଲା। ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ଟିକାକୁ ତିଆରି କରିଥିବା ବେଳେ ସେରମରେ ଏହାର ଉତ୍ପାଦନ ହୋଇଥିଲା।

Corona Vaccine Adar Poonawalla London
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe