Advertisment

ଆର୍‌ଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା, ୩ ପୁଲିସକର୍ମୀ ନିଲମ୍ବିତ

ଡ୍ୟୁଟିରେ ଅବହେଳା ଅଭିଯୋଗରେ ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର ଓ ଜଣେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ଅଦ୍ୟତନ ହୋଇଛି
Kolkata Police

Kolkata Police

Advertisment

ଅଗଷ୍ଟ ୧୫ ତାରିଖରେ କୋଲକାତା ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭଙ୍ଗାରୁଜା ଘଟଣାରେ ୩ ପୁଲିସକର୍ମୀ ନିଲମ୍ବିତ ହୋଇଛନ୍ତି। ଚାକିରିରେ ଅବହେଳା କରିବା ଅଭିଯୋଗରେ କୋଲକାତା ପୁଲିସ ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର ଓ ଜଣେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି।

Advertisment

ଅଗଷ୍ଟ ୯ ତାରିଖରେ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ୪୦ରୁ ୫୦ ଦୁବୃର୍ତ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡରେ ପଶି ଭଙ୍ଗାରୁଜା କରିଥିଲେ। ଏମାନେ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ଘଟିବା ଦିନ ଏହି ତିନି ଜଣ ପୁଲିସ କର୍ମୀ ସେଠାରେ ଡ୍ୟୁଟିରେ ଥିଲେ। ତେବେ ପୁଲିସ ଉପସ୍ଥିତରେ ଏଭଳି ଘଟିଥିବା ଯୋଗୁ ଡ୍ୟୁଟିରେ ଅବହେଳା କରିଥିବା ଅଭିଯୋଗରେ ଏହି ତିନି ଜଣଙ୍କୁ ନିଲମ୍ବିତ କରାଯାଇଛି। ଏସିପି ଶାକିର ଉଦ୍ଦିନ ସର୍ଦ୍ଦାର, ରମେଶ ଶାହା ଚୌଧୁରୀ ଏବଂ ଇନ୍ସପେକ୍ଟର ରାକେଶ ମିଞ୍ଜଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

Advertisment

ଅଗଷ୍ଟ ୧୫ ଭଙ୍ଗାରୁଜା ଘଟଣାରେ ପୁଲିସର ଭୂମିକାକୁ ନେଇ ସୁପ୍ରିମକୋର୍ଟ ଗୁରୁତର ପ୍ରଶ୍ନ ଉଠାଇବା ପରେ ଏହି ତିନି ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ନଗର ପୁଲିସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଭଙ୍ଗାରୁଜା ଦିନ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରୀ ଡାକ୍ତରୀ ଛାତ୍ର ତଥା ଜୁନିୟର ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା ପରିସରରେ ନିୟୋଜିତ ହୋଇଥିବା ପୁଲିସ୍ ବାହାର ଲୋକ ଦ୍ୱାରା ହୋଇଥିବା ଭଙ୍ଗାରୁଜା ବେଳେ ମୂକ ଦର୍ଶକ ପାଲଟିଥିଲା। 

ସେପଟେ ସୁପ୍ରିମକୋର୍ଟ CISFକୁ ଆର୍‌ଜି କର ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ଦେଇଛନ୍ତି। ଏହାରି ଭିତରେ ସିଆଇଏସ୍‌ଏଫ୍‌ର ଡିଜି ହସ୍ପିଟାଲ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। 

RG Kar Medical College Kolkata Doctor Rape Case Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe