Advertisment

ଡେବ୍ୟୁ କରିବାକୁ ଯାଉଛି ବନ୍ଦେ ଭାରତ ସ୍ଲିପର କୋଚ୍‌, ପ୍ରଥମ ଭିଡିଓ ଉପରେ ନଜର ପକାନ୍ତୁ

ନୂଆ ବନ୍ଦେ ଭାରତ ଟ୍ରେନରେ ମୋଟ ୧୬ଟି କୋଚ ରହିବ। ଏହା ମଧ୍ୟରେ ୧୧ଟି ଏସି ୩ ଟାୟାର, ୪ଟ ଏସି ୨ ଟାୟାର ଓ ଗୋଟିଏ ଏସି ଫାଷ୍ଟ କ୍ଲାସ କୋଚ ରହିବ

Vande Bharat

Vande Bharat

Advertisment

ଖୁବଶୀଘ୍ର ଟ୍ରାକରେ ଦୌଡ଼ିବ ହାଇ ସ୍ପିଡ ବନ୍ଦେ ଭାରତ ସ୍ଲିପର କୋଚ୍। ଟ୍ରାକରେ ଗଡ଼ିବା ପୂର୍ବରୁ ସାମ୍ନାକୁ ଆସିଛି ଟ୍ରେନ ଭିତରର ପ୍ରଥମ ଦୃଶ୍ୟ। ଭିତରଟି ଯେତିକି ସୁନ୍ଦର ହୋଇଛି, ଏଥିରେ ଯାତ୍ରା କରିବା ମଧ୍ୟ ସେମିତି ଆରମ ଦାୟକ ହେବ। ଦେଖିଲେ ଲାଗୁଛି ସତେ ଯେମିତି କୌଣସି ଫିଲ୍ମର ହାଇଫାଇ ସେଟ୍‌କୁ ଶୁଟିଂ ପାଇଁ ଲଗାଯାଇଛି।

Advertisment

ସାମ୍ନାକୁ ଆସିଥିବା ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର କୋଚରେ ସୁରକ୍ଷା ସାଙ୍ଗକୁ ପାସେଞ୍ଜର ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ବିଧିବଦ୍ଧ ଲଞ୍ଚିଂ ପୂର୍ବରୁ ବେଙ୍ଗାଲୁରୁରେ ଥିବା ଭାରତ ଆର୍ଥ ମୁଭର୍ସ ଲିମିଟେଡ୍-BEML ଫ୍ୟାକ୍ଟ୍ରିକୁ ଯାଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ତଦାରଖ କରିଛନ୍ତି। ନୂଆ ଡିଜାଇନରେ ତିଆରି ହୋଇଥିବା ଏହି ବନ୍ଦେ ଭାରତ ସ୍ଲିପର କୋଚର ପ୍ରଟୋଟାଇପ ଭର୍ସନର ଅନାବରଣ କରିବା ଅବସରରେ ଏହାର ଦୃଶ୍ୟକୁ ସାର୍ବଜନୀନ କରିଛନ୍ତି ଶ୍ରୀ ବୈଷ୍ଣବ।

ଆସନ୍ତା ୨ ମାସ ଏହାର ଟେଷ୍ଟିଂ ହେବ ଓ ୩ ମାସ ଭିତରେ ଯାତ୍ରୀଙ୍କ ପାଇଁ ଏହାର ସେବା ଆରମ୍ଭ ହୋଇଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ୮ଶହ ରୁ ୧୨ ଶହ କିଲୋମିଟର ଓଭରନାଇଟ୍ ଯାତ୍ରା ପାଇଁ ଏହାକୁ ତିଆରି କରାଯାଇଛି । ଏଥିରେ କବଚ୍ ସିଷ୍ଟମ, ଉନ୍ନତ କପଲର୍ ଓ ବହୁ ଅତ୍ୟାଧୁନିକ ସେଫ୍ଟି ଫିଚର୍ ଯୋଡ଼ାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ବନ୍ଦେ ଭାରତ ଚେୟାର କାର୍‌ ପରେ ଆମେ ବନ୍ଦେ ଭାରତ ସ୍ଲିପର କାର ଉପରେ କାମ ଆରମ୍ଭ କରିଥିଲୁ। ଏହାର ନିର୍ମାଣ କାମ ଏବେ ଶେଷ ହୋଇଛି। ଆଜି BEMLରୁ ଏହା ଟ୍ରାଏଲ ଓ ଟେଷ୍ଟିଂ ପାଇଁ ଯାଇଛି।”

ନୂଆ ସ୍ଲିପର କୋଚର ତଦାରଖ କରିବା ସହ ରେଳମନ୍ତ୍ରୀ ଏହାର ଡିଜାଇନ ଓ ନିର୍ମାଣ କରିଥିବା ରେଳବାଇ କର୍ମଚାରୀଙ୍କ ସହ କଥା ହୋଇଛନ୍ତି। ନୂଆ ସ୍ଲିପର କୋଚ ଓ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ସେମାନେ ରେଳମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ନୂଆ ବନ୍ଦେ ଭାରତ ଟ୍ରେନରେ ମୋଟ ୧୬ଟି କୋଚ ରହିବ। ଏହା ମଧ୍ୟରେ ୧୧ଟି ଏସି ୩ ଟାୟାର, ୪ଟ ଏସି ୨ ଟାୟାର ଓ ଗୋଟିଏ ଏସି ଫାଷ୍ଟ କ୍ଲାସ କୋଚ ରହିବ। ମୋଟ ୮୨୩ଟି ସିଟ୍‌ ଏଥିରେ ଉପଲବ୍ଧ ହେବ। ଏହି ଟ୍ରେନଟି ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିମି ଗତି କରିବ।

ଟ୍ରେନରେ ସୁରକ୍ଷା ବ୍ୟତୀତ ବିଶ୍ୱସ୍ତରୀୟ ସୁବିଧା ମଧ୍ୟ ଯାତ୍ରୀଙ୍କୁ ମିଳିବ। ୟୁଏସବି ଚାର୍ଜିଂ ସହ ରିଡିଂ ଲାଇଟ, ସର୍ବସାଧାରଣ ଘୋଷଣା ଓ ଦୃଶ୍ୟମାନ ହେଉଥିବା ବିଭିନ୍ନ ସୂଚନା, ମଡ୍ୟୁଲାର ପାଣ୍ଟ୍ରୀଜ ଓ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର କୋଚ ଓ ଟଏଲେଟ ରହିବ। ଏହାବାଦ ଯାତ୍ରୀଙ୍କ ପାଇଁ ଗାଧୋଇବା ପାଇଁ ଉଭୟ ଗରମ ଓ ଥଣ୍ତା ପାଣିର ବ୍ୟବସ୍ଥା କରାଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଭଡ଼ା ସମସ୍ତଙ୍କୁ ସୁହାଇଲା ଭଳି କରାଯିବ। ବିଶେଷ କରି ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ବେଳେ ଯାତ୍ରୀମାନେ ଦେଉଥିବା ଭଡ଼ା ସହ ଏହା ପ୍ରାୟ ସମାନ ରହିବ।

Vande Bharat Sleeper Train Ashwini Vaishnaw Vande Bharat Train Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe