ବନ୍ଦେ ଭାରତ ସ୍ଲିପର
ଖୁବଶୀଘ୍ର ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ। ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ ଗୁହାଟୀ ଓ କୋଲକାତା ମଧ୍ୟରେ ସେବା ଯୋଗାଇବ। ଚଳିତ ମାସରେ ହିଁ ପ୍ରଥମଥର ପାଇଁ ଅତ୍ୟାଧୁନିକ ବନ୍ଦେ ଭାରତର ସ୍ଲପର(First sleeper Vande Bharat) ଟ୍ରେନ ସେବା ଆରମ୍ଭ ହେବ। ଉତ୍ତରପୂର୍ବ ସହ ପୂର୍ବ ଭାରତକୁ ରେଳ ସଂଯୋଗରେ ଏହା ଏକ ମାଇଇଖୁଣ୍ଟ ପ୍ରତିଷ୍ଠା କରିବ ବୋଲି କୁହାଯାଉଛି। ଏହି ନୂଆ ଟ୍ରେନର ଲଞ୍ଚ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।
ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କଥା ସମସ୍ତଙ୍କୁ ଜଣା। ସ୍ଲିପର ଭର୍ସନରେ ମଧ୍ୟ ଲୋକମାନେ ବିମାନ ଯାତ୍ରାରେ ପାଉଥିବା ସୁବିଧାକୁ ଉପଭୋଗ କରିବେ। ସବୁ କିଛି ଚକାଚକ ହୋଇଛି। ପରିଷ୍କାର ପରିଚ୍ଛନ୍ନ ଠାରୁ ଆରମ୍ଭ କରି ଖାଇବା ଓ ଯାତ୍ରାରେ ଅନେକ ପ୍ରକାରର ଆରାମ ଦାୟକ ବ୍ୟବସ୍ଥା କରାଯାଇଛି।
ଗୋଟିଏ ଶବ୍ଦରେ କହିବାକୁ ଗଲେ ବନ୍ଦେ ଭାରତ ସ୍ଲିପରରେ ବ୍ୟବସ୍ଥା ପୂରା ଚକାଚକ। ଲୋକଙ୍କ ସୁରକ୍ଷାକୁ ମଧ୍ୟ ଟ୍ରେନ ଯାତ୍ରା ବେଳେ ଧ୍ୟାନରେ ରଖାଯାଇଛି। ଭିଆଇପି କୋଟା କିମ୍ବା ଆରଏସି ବ୍ୟବସ୍ଥା ସାଧାରଣ ଟ୍ରେନ ଭଳି ବନ୍ଦେ ଭାରତ ସ୍ଲିପରରେ ଉପଲବ୍ଧ ହେବ ନାହିଁ।
ବୈଧ ଟିକେଟ ଦରରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ସୁଯୋଗ ପାଇବେ। ସାଧାରଣ ଲୋକଙ୍କ ପାଇଁ ଭିଆଇପି କୋଟାକୁ ଉଚ୍ଛେଦ କରାଯାଇଥିବା ଭାରତୀୟ ରେଳ ବାଇ କହିଛି।
ହେଲେ ବାସ୍ତବରେ କ’ଣ ବନ୍ଦେ ଭାରତ ସ୍ଲିପର ସେଲରେ ସାଧାରଣ ଖଟିଖିଆ ମଣିଷ ଯାତ୍ରା କରିପାରିବ? ଏହା ପ୍ରଶ୍ନ ପଛର କାରଣ ହେଲା ଟ୍ରେନ ଟିକେଟର ଦାମ। ଏହାର ମୂଲ୍ୟ ଶୁଣିଲେ ଆପଣ ନିଶ୍ଚିତ ଭାବେ ଟିକିଏ ଆଶ୍ଚର୍ଯ୍ୟ ହେବେ।
ବନ୍ଦେ ଭାରତ ସ୍ଲିପର ଟ୍ରେନରେ ୧୧ଟି ଥାର୍ଡ ଏସି, ୪ଟି ସେକେଣ୍ଡ ଏସି ଓ ଗୋଟିଏ ୧ ଏସି କୋଚ ରହିବ। ମୋଟ ୮୨୩ ବର୍ଥରୁ ୬୧୧ଟି ହେଉଛି ଥାର୍ଡ ଏସି, ୧୮୮ଟି ସେକେଣ୍ଡ ଏସି ଓ ୨୪ଟି ପ୍ରଥମ ଏସି ଅଛି। ବର୍ଥଗୁଡ଼ିକୁ ଅତ୍ୟନ୍ତ ରାଜକୀୟ ଶୈଳୀରେ ଡିଜାଇନ କରାଯାଇଛି।
ଯାତ୍ରା କରିବା ଭଳି ଟ୍ରେନର ସାଉଣ୍ଡ ଲୋକମାନଙ୍କୁ ଶୁଣାଯିବ ନାହିଁ। ସୁରକ୍ଷା ପାଇଁ ଟ୍ରେନରେ କବଚ ଲାଗିଛି। ଟ୍ରେନ ଭିତରେ ରେଳବାଇ କର୍ମଚାରୀମାନେ ଉପଯୁକ୍ତ ୟୁନିଫର୍ମ ପିନ୍ଧି ସେବା ଯୋଗାଇବେ। ଖାଇବାରେ ସ୍ଥାନୀୟ ଜିନିଷକୁ ଗୁରୁତ୍ୱ ଦିଆଯିବ। ଏତେ ସବୁ ସୁବିଧା ନିଶ୍ଚିତ ଟ୍ରେନ ଯାତ୍ରାକୁ ଅଧିକ ଆରାମ ଦାୟକ କରିବ। ହେଲେ ଟିକେଟ ଦାମ ମଧ୍ୟ ରେଳବାଇ ସେହି ଅନୁସାରେ କରିଛି।
ଟିକେଟ ଦାମ ଉପରେ ନଜର ପକାନ୍ତୁ
ତୃତୀୟ ଏସିର ଟିକେଟ ଦାମ ୪୦୦ କିମି ରାସ୍ତା ପାଇଁ ୯୬୦ରୁ ଆରମ୍ଭ ହେଉଛି। ଦ୍ୱିତୀୟ ଏସି ପାଇଁ ୧୨୪୦ ଟଙ୍କା ଓ ପ୍ରଥମ ଏସି ଟିକେଟ ଦାମ ୧୫୨୦ ଟଙ୍କା ରହିଛି। ୮୦୦ କିମି ଯାତ୍ରା ପାଇଁ ତୃତୀୟ ଏସି ଟିକେଟ ଦାମ ୧୯୨୦, ଦ୍ୱିତୀୟ ଏସି ପାଇଁ ୨୪୮୦ ଓ ପ୍ରଥମ ଏସି ପାଇଁ ୩୦୪୦ ଟଙ୍କା ଦେବାକୁ ପଡ଼ିବ।
ସେହି ଅନୁସାରେ ୧୬୦୦ କିମି ଯାତ୍ରା ପାଇଁ ତୃତୀୟ ଏସିରେ ୩,୪୮୦ ଟଙ୍କା, ଦ୍ୱିତୀୟ ଏସ୍ପି ପାଇଁ ୪୯୬୦ ଟଙ୍କା ଓ ପ୍ରଥମ ଏସି ପାଇଁ ଜଣେ ଯାତ୍ରୀଙ୍କୁ ଭଡ଼ା ବାବଦରେ ୬,୦୮୦ ଟଙ୍କା ଦେବାକୁ ହେବ।
ଯଦି ଦୂରତା ୨୦୦୦ କିମି ଅତିକ୍ରମ କରୁଛି, ତା’ହେଲେ ତୃତୀୟ ଏସି ପାଇଁ ୪,୮୦୦, ଦ୍ୱିତୀୟ ଏସି ପାଇଁ ୬,୨୦୦ ଓ ପ୍ରଥମ ଏସି ପାଇଁ ୭,୬୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି।
୨୮୦୦ କିମିର ଭଡ଼ା ଯଥାକ୍ରମେ ୬,୭୨୦, ୮୬୮୦ ଓ ୧୦,୬୪୦ ଟଙ୍କା। ସର୍ବାଧିକ ୩୫୦୦ କିମି ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ୮,୪୦୦, ୧୦,୮୫୦ ଓ ୧୩,୩୦୦ ଟଙ୍କା ଯଥାକ୍ରମେ ତୃତୀୟ, ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ଏସି ପାଇଁ ଦେବାକୁ ପଡ଼ିବ।
ଆରଏସି ସୁବିଧା ନାହିଁ
ବନ୍ଦେ ଭାରତ ସ୍ଲିପର ଟ୍ରେନରେ କ୍ୟାଟ୍ରିଂ ସୁବିଧା କେବଳ କନଫର୍ମ ହୋଇଥିବା ଟିକେଟ ଧାରୀଙ୍କୁ ମିଳିବ। ଟ୍ରେନରେ ଆରଏସି, ୱେଟିଂ ଓ କିମ୍ବା ଆଂଶିକ କନଫର୍ମ ଟିକେଟଧାରୀଙ୍କୁ ଯାତ୍ରା ସୁବିଧା ମିଳିବ ନାହିଁ।
ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଡ୍ୟୁଟୀ ପାସଧାରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କେବଳ ଧାର୍ଯ୍ୟ ନିୟମ ଅନୁସାରେ ଉପଲବ୍ଧ କରାଇବାକୁ ରେଳବାଇ ବୋର୍ଡ ପକ୍ଷରୁ ସମସ୍ତ ଜୋନାଲ ଅଫିସକୁ କୁହାଯାଇଛି। କୌଣସି ଅତିରିକ୍ତ ସଂରକ୍ଷରଣ ବ୍ୟବସ୍ଥା ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଉପଲବ୍ଧ ହେବ ନାହିଁ।
ରାଜଧାନୀ ଟାଇପ ଟ୍ରେନ ଭଳି ବନ୍ଦେ ଭାରତ ସ୍ଲିପର ଟ୍ରେନର ରେଳବାଇ କର୍ମଚାରୀଙ୍କୁ ଡ୍ୟୁଟୀ ପାସରେ ସଂରକ୍ଷଣ ସୁବିଧା ମିଳିବ। ସମସ୍ତ ଟିକେଟ ଡିଜିଟାଲ ଉପାୟରେ ବୁକିଂ କରିବାକୁ ହେବ। ୬୦ ବର୍ଷରୁ ଅଧିବ ବୟସ୍କ ପୁରୁଷ ଓ ୪୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ହିଁ ବୁକିଂ ବେଳେ ତଳ ସିଟ ଉପଲବ୍ଧ କରିବାରେ ପ୍ରାଥମିକତା ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/12/vande-bharat-2026-01-12-16-26-11.jpg)