Advertisment

ଆସୁଛି ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍, ୨ ମାସ ଭିତରେ ଟ୍ରାକରେ ଦୌଡ଼ିବ

୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ। ଯେଉଁଥିରେ ୧୦ଟି କୋଚ୍‌ ଏସି-୩, ୪ଟି ଏସି-୨ ଓ ଗୋଟିଏ ଏସି-୧ ରହିବ।

vande bharat sleeper trains

vande bharat sleeper trains

Advertisment

ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଟ୍ରେନ୍ ନିର୍ମାଣ କାମ ଜୋରସୋରରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବେଙ୍ଗାଲୁରୁରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି। ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା।

୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ। ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ। ୧୦ଟି କୋଚ୍‌ ଏସି-୩, ୪ଟି ଏସି-୨ ଓ ଗୋଟିଏ ଏସି-୧ ରହିବ। ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ।

Advertisment

ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। ପ୍ରଥମ ପର୍ଯ୍ୟାୟ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡିବ। ଏହାପରେ ପର୍ଯ୍ୟୟ କ୍ରମେ ଘଣ୍ଟା ପ୍ରତି ୧୬୦ରୁ ୨୨୦ କିଲୋମିଟର ବେଗରେ ଦୌଡିବ।  

ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଅଥବ ଦିଲ୍ଲୀ-ମୁମ୍ବାଇ ଯେକୌଣସି ରେଳ ଟ୍ରାକ୍‌ରେ ଦୌଡିବା ସମ୍ଭାବନା ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏବେ ଦେଶରେ ବନ୍ଦେ ଭାରତର ଚେୟାର କାର୍ ଟ୍ରେନ୍ ଚଳାଚଳା କରୁଛି।

Vande Bharat Express Indian Railway Vande Bharat Sleeper Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe