Advertisment

Vande Mataram: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନୂଆ ନିୟମ: ଜାତୀୟ ସଂଗୀତ ପୂର୍ବରୁ ବନ୍ଦେ ମା’ତରମ, ଛିଡ଼ା ହେବା ବାଧ୍ୟତାମୂଳକ

୩ ମିନିଟ ୧୦ ସେକେଣ୍ଡର ଗୀତକୁ ସ୍ୱତନ୍ତ୍ର ରାଜକୀୟ କାର୍ଯ୍ୟକ୍ରମରେ ଗାନ କରାଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଜାତୀୟ ଗୀତ ପରେ ୫୨ ସେକେଣ୍ଡର ଜାତୀୟ ସଂଗୀତ ଜନ ଗଣ ମନ ଗାନ ହେବ।

MHA

ଜାତୀୟ ଗୀତ

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ(MHA) ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ। ଏଣିକି ନିର୍ଦ୍ଦିଷ୍ଟ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ଗୀତ ଗାନ କରିବା ବା ପରିବେଷଣ କରିବା ବାଧ୍ୟତା ମୂଳକ। ଜାତୀୟ ଗୀତର ସମସ୍ତ ୬ ଷ୍ଟାଞ୍ଜା ଭର୍ସନ ଗାନ କରାଯିବ। ୩ ମିନିଟ ୧୦ ସେକେଣ୍ଡର ଗୀତକୁ ସ୍ୱତନ୍ତ୍ର ରାଜକୀୟ କାର୍ଯ୍ୟକ୍ରମରେ ଗାନ କରାଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଜାତୀୟ ଗୀତ ପରେ ୫୨ ସେକେଣ୍ଡର ଜାତୀୟ ସଂଗୀତ ଜନ ଗଣ ମନ ଗାନ ହେବ। ଯେଉଁ କାର୍ଯ୍ୟକ୍ରମରେ ଜନ ଗଣ ମନ ଗାନା କରିବା ବାଧ୍ୟତାମୂଳକ ରହିଥିବ, ସେହିଠାରେ ଜାତୀୟ ଗୀତ ପ୍ରଥମେ ଗାନ ହେବ ବୋଲି ମନ୍ତ୍ରଣାଳୟ କହିଛି।  

Advertisment

ପଦ୍ମ ପୁରସ୍କାର ସମେତ ବିଭିନ୍ନ ନାଗରିକ ସମ୍ମାନ ସମାରୋହ, ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ହେଉଥିବା କାର୍ଯ୍ୟକ୍ରମ ଓ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ରାଷ୍ଟ୍ରୀୟ ଗୀତ ଗାନ କରାଯିବ। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯେଉଁ କାର୍ଯ୍ୟକ୍ରମରେ ଉଭୟ ଜାତୀୟ ସଂଗୀତ ଓ ଜାତୀୟ ଗାନର ପ୍ରାବଧାନ ରହିଛି, ସେଠାରେ ପ୍ରଥମେ ଜାତୀୟ ଗୀତ ପ୍ରଥମେ ଗାନ କରାଯିବ।

ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମା’ତରମ ଗାନ ବେଳେ ଛିଡ଼ା ହେବା ବାଧ୍ୟତାମୂଳକ। କିନ୍ତୁ ଏହି ନିୟମ ସିନେମା ହଲ ଭଳି ସ୍ଥାନରେ ଲାଗୁ ହେବ ନାହିଁ।  ଅତିରିକ୍ତ ଭାବେ ସ୍କୁଲଗୁଡ଼ିକୁ ଦିନର ଆରମ୍ଭ ଜାତୀୟ ଗୀତରୁ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯେତେବେଳେ ବି ଜାତୀୟ ଗୀତର ଅଫିସିଆଲ ଭର୍ସନ ଗାନ କରାଯିବ କିମ୍ବା ପରିବେଷଣ କରାଯିବ ଉପସ୍ଥିତ ଥିବା ଲୋକମାନେ ଛିଡ଼ା ହେବେ। କିନ୍ତୁ ଫିଲ୍ମର ଅଂଶବିଶେଷ ଭାବେ ଏହା ପରିବେଷଣ ହେଲେ, ଛିଡ଼ା ହେବାର ଆବଶ୍ୟକତା ନାହିଁ। କାରଣ ଏହା ଫିଲ୍ମ ପ୍ରଦର୍ଶନରେ ବାଧା ସୃଷ୍ଟି କରିବ। ଜାତୀୟ ଗୀତର ସମ୍ମାନ ବଦଳରେ ଏହା ବିଶୃଙ୍ଖଳା ଓ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି କୁହାଯାଇଛି। 

ନିର୍ଦ୍ଦେଶ ଅନୁସାରେ, ଜାତୀୟ ପତାକା ଉତ୍ତୋଳନ, ସାଂସ୍କୃତିକ ଉତ୍ସବ କିମ୍ବା ପରେଡ୍ ବ୍ୟତୀତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଓ ରାଷ୍ଟ୍ରପତିଙ୍କ କୌଣସି ସରକାରୀ କିମ୍ବା ସାର୍ବଜନୀନ ସମାରୋହରେ ଆଗମନ ଆଦି ଅବସରରେ ଜାତୀୟ ଗୀତର ଆଧିକାରିକ ସଂସ୍କରଣ ସାମୂହିକ ଗାୟନ ସହିତ ପରିବେଷଣ କରାଯିବ।

ଗୋଟିଏ ଉପଯୁକ୍ତ ସାର୍ବଜନୀନ ସାଉଣ୍ଡ ବ୍ୟବସ୍ଥା ରହିବା ଆବଶ୍ୟକ ଯାହା ଦ୍ୱାରା ବିଭିନ୍ନ ସ୍ଥାନରେ ଉପସ୍ଥିତ ଲୋକମାନେ ଗାୟକ ମଣ୍ଡଳୀ ସହିତ ଗୋଟିଏ ସ୍ୱରରେ ଏହାକୁ ଗାନ କରିପାରିବେ। ଯେଉଁଠାରେ ଆବଶ୍ୟକ ହେବ ସେଠାରେ ରାଷ୍ଟ୍ରୀୟ ଗୀତର ଆଧିକାରିକ ସଂସ୍କରଣର ମୁଦ୍ରିତ ଶବ୍ଦଗୁଡ଼ିକ ମଧ୍ୟ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇପାରିବ। 

MHA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe