Advertisment

ଏଥର ଖାକି ଛାଡି ଧୋତି ପିନ୍ଧିବେ ପୁଲିସ, ପକାଇବେ ରୁଦ୍ରାକ୍ଷ ମାଳ

ପୂଜାରୀଙ୍କ ଭଳି ପୁଲିସ କର୍ମୀମାନେ ଗେରୁଆ ରଙ୍ଗର ଧୋତି କୁର୍ତ୍ତା ପିନ୍ଧିବା ସହ ମୁଣ୍ଡରେ ତିଲକ ଓ ଗଳାରେ ରୁଦ୍ରାକ୍ଷ ମାଳ ପକାଇବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
policeman-dress-change

policeman-dress-change

ଖାକି ଛାଡି ଏଥର ଧୋତି ପିନ୍ଧିବେ ପୁଲିସକର୍ମୀ। କେବଳ ସେତିକି ନୁହେଁ ତିଲକ ଚନ୍ଦନ ଓ ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ। ପୂଜାରୀଙ୍କ ଭଳି ଧାରଣ କରିବେ ଗେରୁଆ ବସ୍ତ୍ର। ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ପୁଲିସ କମିଶନର।

Advertisment

ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପୁଲିସ କମିଶନର ଏବେ ପୁଲସକର୍ମୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍ ଲାଗୁ କରିଛନ୍ତି। ମନ୍ଦିରର ଗର୍ଭଗୃହରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ସେଠାକାର ପୂଜାରୀଙ୍କ ଭଳି ବେଶଭୁସା ଧାରଣା କରିବେ। ପୂଜାରୀଙ୍କ ଭଳି ପୁଲିସ କର୍ମୀମାନେ ଗେରୁଆ ରଙ୍ଗର ଧୋତି କୁର୍ତ୍ତା ପିନ୍ଧିବା ସହ ମୁଣ୍ଡରେ ତିଲକ ଓ ଗଳାରେ ରୁଦ୍ରାକ୍ଷ ମାଳ ପକାଇବେ।

କାଶୀ ବିଶ୍ୱନାଥ ମନ୍ଦିରରେ ଯେଉଁଭଳି ପୁଲିସକର୍ମୀ ନିୟୋଜିତ ଅଛନ୍ତି, ତାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପେଲାଠେଲାର ସାମ୍ନା କରିବାକୁ ପଡୁଥିଲା। ଏଥିସହ ଭିଡ ଭିତରେ ଅନେକ ଶ୍ରଦ୍ଧାଳୁ ଦୁର୍ବ୍ୟବହାର ଶିକାର ହେଉଥିବା ଅଭିଯୋଗ ମଧ୍ୟ ଆସୁଥିଲା। ଏହାକୁ ସମାଧାନ କରିବାକୁ ଯାଇ ବାରଣାସୀ ପୁଲିସ କମିଶନର ମୋହିତ ଅଗ୍ରଓ୍ୱାଲ ପୁଲିସ କର୍ମଚାରୀଙ୍କ ବେଶଭୁସା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

କମିଶନରଙ୍କ କହିବା ମୁତାବକ, ବିଶେଷ ରୂପେ ଶ୍ରଦ୍ଧାଳୁମାନେ ପୂଜାରୀମାନଙ୍କ କଥା ଅତି ସହଜରେ ମାନିଯାନ୍ତି। ଏଥିପାଇଁ ଏହି ସ୍ଥାନରେ ପୁଲିସକର୍ମୀମାନଙ୍କୁ ପୂଚାରୀଙ୍କ ବେଶଭୁସାରେ ରହିବାକୁ ପଡିବ। ତେବେ ସମସ୍ତ ପୁଲିସକର୍ମୀ ଏଭଳି ବେଶ ଧାରଣ କରିବେ ନାହିଁ। କେବଳ ଗର୍ଭଗୃହରେ ନିୟୋଜିତ ପୁଲିସ କର୍ମୀଙ୍କ ପାଇଁ ଏହା ଲାଗୁ ହେବ। ଗହଳି ଭିତରେ ଯେଉଁ ଶ୍ରଦ୍ଧାଳୁମାନେ ବାବା ବିଶ୍ୱନାଥଙ୍କ ଦର୍ଶନ ନ କରି ହଜି ଯାଉଛନ୍ତି ସେମାନଙ୍କୁ ଏଠାରେ ନିୟୋଜିତ ପୁଲିସକର୍ମୀ ଗାଇଡ୍‌ ମଧ୍ୟ କରିବେ।

Kashi Vishwanath Temple Varanasi Police