Advertisment

ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍‌

ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।

Fire Railway Station

Fire Railway Station

Advertisment

ରେଲଓ୍ୱେ ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ। ହୁ ହୁ ହୋଇ ଜଳିଗଳା ୨୦୦ରୁ ଅଧିକ ବାଇକ୍‌। ବାରଣାସୀର ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ। ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବାରଣାସୀର କେଣ୍ଟ ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ପାର୍କିଂରେ ଅଧିକାଂଶ ରେଲଓ୍ୱେ କର୍ମଚାରୀଙ୍କର ହିଁ ଗାଡି ପାର୍କ ହୋଇଥିଲା। ତେବେ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦିଆଯାଇଥିଲେ ସିଦ୍ଧା ଠିକ୍‌ ସମୟରେ ପହଞ୍ଚି ପାରିନଥିଲା। ତେଣୁ ଶହ ଶହ ଗାଡ଼ି ଜଳି ପୋଡି ପାଉଁଶ ହୋଇଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି।

ନିଆଁ ଲାଗିବା ପରେ ରେଲଓ୍ୱେ କର୍ମଚାରୀ ଓ ଆଖପାଖରେ ଥିବା ଲକୋ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ନିଆଁ ଧୀରେ ଧୀରେ ବିକରାଳ ରୂପ ଧାରଣ କରି ପୂରା ପାର୍କିଂକୁ ବ୍ୟାପି ଯାଇଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପରେ ଅଗ୍ନିଶକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ ଖବର ପାଇଁ ସିଓ ଜିଆର୍‌ପି କେଣ୍ଟ ଓ କେଣ୍ଟ GRP ଇନସପେକ୍ଟର ହେମନ୍ତ ସିଂହ, ପୁଲିସ ଷ୍ଟେସନ GRP ବାରାଣାସୀ କେଣ୍ଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଟରସାଇକେଲ ଷ୍ଟାଣ୍ଡର କେୟାରଟେକର ଏବଂ କ୍ୟାଣ୍ଟିନ କର୍ମଚାରୀଙ୍କ କହିବାନୁସାରେ, ଇଲେକ୍ଟ୍ରିକ୍ ତାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା।

Fire Breakout Railway Station Varanasi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe