Advertisment

ମୃତ ମା' ସହ ବର୍ଷେ, ରେଜେଇ ତଳେ ଲୁଚାଇଥିଲେ ଶବ

ବର୍ଷେ କାଳ ଘରେ ତାଲା ପକାଇ ମା'ର ମୃତଦେହ ସହ ରହିଥିଲେ ଦୁଇ ଝିଅ। ମା'ର ମୃତଦେହକୁ ଯେପରି କେହି ଦେଖିବେନି ସେଥିପାଇଁ ରେଜେଇ ତଳେ ଲୁଚାଇ ରଖିଥିଲେ।

two-daughters-were-living-with-dead-mother

two-daughters-were-living-with-dead-mother

Advertisment

ଦୁଇ ବର୍ଷ ତଳେ ବାପା ଘର ଛାଡ଼ି ଚାଲିଗଲେ। ଏହାର ବର୍ଷେ ପରେ ହଠାତ୍‌ ଦୁନିଆ ଛାଡ଼ିଦେଲେ ଅସୁସ୍ଥ ମା'। ଘରେ ଦୁଇ ଝିଅ। କ'ଣ କରିବେ କିଛି ବୁଝି ପାରିଲେନି। ମା'ର ଅନ୍ତିମ ସଂସ୍କାର କରିବାକୁ ବି ପାଖରେ ନଥିଲା ଟଙ୍କା। ସେଥିପାଇଁ କାହାକୁ କିଛି ନ ଜଣାଇ ମା'ର ମୃତଦେହକୁ ସାଇତି ରଖିବକୁା ନେଲେ ନିଷ୍ପତ୍ତି। ରେଜେଇ ତଳେ ଲୁଚାଇ ରଖିଲେ ମା'ର ମୃତଦେହ। ଦେଖୁ ଦେଖୁ ବର୍ଷେ ବିତିଗଲା। ଏବେ ସାମ୍ନାକୁ ଆସିଛି ପୂରା ଘଟଣା। ଶୁଣିବାକୁ ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଘଟଣା ସତ।

Advertisment

୨୦୨୨ ଡିସେମ୍ବର ୮ ତାରିଖ। ଅସୁସ୍ଥତା ଯୋଗୁ ଉତ୍ତରପ୍ରଦେଶ ବାରାଣସୀର ୫୨ ବର୍ଷୀୟ ଉଷା ତିଓ୍ୱାରୀ ଆରପାରିକୁ ଚାଲିଯାଇଥିଲେ। ମା'କୁ ହରାଇ ଭାଙ୍ଗି ପଡିଥିଲେ ଦୁଇ ଝିଅ ପଲ୍ଲବୀ ଓ ବୈଷ୍ଣବୀ। କ'ଣ କରିବେ କିଛି ବୁଝି ପାରିନଥିଲେ। ମା'ର ମୃତଦେହ ଆଗରେ ଦୀର୍ଘ ଘଣ୍ଟା ଧରି କାନ୍ଦ ବୋବାଳି ପକାଇଥିଲେ। ପାଖରେ ଟଙ୍କା ନଥିଲା। କିଭଳି କରିବେ ମା'ର ଅନ୍ତିମ ସଂସ୍କାର। ତାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଦୁଇ ଭଉଣୀ। ପରେ ମା'ର ମୃତଦେହକୁ ଘରେ ସାଇତି ରଖିବାକୁ ନିଷ୍ପତ୍ତି ନେଇଥିଲେ।

ବର୍ଷେ କାଳ ଘରେ ତାଲା ପକାଇ ମା'ର ମୃତଦେହ ସହ ରହିଥିଲେ ଦୁଇ ଝିଅ। ମା'ର ମୃତଦେହକୁ ଯେପରି କେହି ଦେଖିବେନି ସେଥିପାଇଁ ରେଜେଇ ତଳେ ଲୁଚାଇ ରଖିଥିଲେ। କେବଳ ସେତିକି ନୁହେଁ ମୃତଦେହରେ ପୋକ ଲାଗିବା ପରେ ହାତରେ ବାହାର କରି ନେଇ ଫିଙ୍ଗୁଥିଲେ। ଏଥିସହ ମୃତଦେହ ଦୁର୍ଗନ୍ଧ ବାହାରିବାରୁ ଦୁଇ ଭଉଣୀ ଛାତ ଉପରେ ଯାଇ ଖାଉଥିଲେ। ବୁଧବାର ପୁଲିସ ଏନେଇ ଖୁଲାସା କରିଛି।

Advertisment

ବହୁ ଥର ଚେଷ୍ଟା କରିବା ସତ୍ତ୍ୱେ କେହି କବାଟ ଖୋଲୁ ନାହାନ୍ତି ବୋଲି ସେମାନଙ୍କର ଜଣେ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ବୁଧବାର ଦିନ ଲଙ୍କା ଥାନା ପୁଲିସ ଟିମ୍‌ ମାଦେର୍‌ୱା ଚିତ୍ତୁପୁର ଅନ୍ତର୍ଗତ ସେମାନଙ୍କ ଘରର କବାଟ ଭାଙ୍ଗି ଭିତରେ ପଶି‌ଥିଲା। ଘରର ଗୋଟିଏ କୋଠରିରେ ସେମାନେ ଉଷା ତିୱାରି ନାମକ ଉକ୍ତ ୫୨ ବର୍ଷୀୟ ମହିଳାଙ୍କ ଶବ ଦେଖିଥିଲେ। ଅନ୍ୟ ଗୋଟାଏ କୋଠରିରେ ମୃତା ମହିଳାଙ୍କ ଦୁଇ ଝିଅ, ୨୭ ବର୍ଷୀୟ ପଲ୍ଲବୀ ଓ ୧୮ ବର୍ଷୀୟ ବୈଷ୍ଣବୀ ବସିଥିଲେ। ପଲ୍ଲବୀ ସ୍ନାତକତ୍ତୋର ପଢ଼ିଥିବା ବ‌େଳେ ବୈଷ୍ଣବୀ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି। ଘରେ ଥିବା ସେମାନଙ୍କ ମାଆଙ୍କ ଶବ କଙ୍କାଳ ‌ହୋଇଯାଇଥିଲା। ପୁଲିସ ସମସ୍ତ ଘଟଣାର ଭିଡିଓଗ୍ରାଫି ବି କରିଛି।

ପୁଲିସ କହିବା ମୁତାବକ, ଦୁଇ ଝିଅଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ଅଧିକ ତଦନ୍ତ ପାଇଁ ଉଷାଙ୍କ କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହା ଅପରାଧିକ ଘଟଣା ନୁହେଁ ବୋଲି ପୁଲିସ ସ୍ପଷ୍ଟ କରିଛି।

Uttar Pradesh Deadbody Daughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe