Advertisment

ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ବିଶ୍ୱ ଘଣ୍ଟା; ଏକା ସଙ୍ଗେ ଦେଖାଇବ ୯ଟି ଦେଶର ସମୟ

ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି ଲକ୍ଷ୍ନୌର ଜଣେ ପରିବା ବିକାଳୀ ଅନିଲ କୁମାର ସାହୁ। ଏହି ଘଣ୍ଟାର ପେଟେଣ୍ଟ ରହିଥିବା ବେଳେ ଏହା ଏକା ସଙ୍ଗରେ ୯ଟି ଦେଶର ସମୟ ଦେଖାଇ ପାରିବ।

Clock

Clock

Advertisment

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ଆସନ୍ତାମାସରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ।

Advertisment

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟବାସୀ ବେଶ୍‌ ଉତ୍ସୁକ ଥିବା ବେଳେ ନିଜ ପ୍ରିୟ ପ୍ରଭୁଙ୍କୁ ସବୁଠୁ ସୁନ୍ଦର ଜିନିଷ ଉପହାର ଦେଉଛନ୍ତି। ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି ଲକ୍ଷ୍ନୌର ଜଣେ ପରିବା ବିକାଳୀ ଅନିଲ କୁମାର ସାହୁ। ଏହି ଘଣ୍ଟାର ପେଟେଣ୍ଟ ରହିଥିବା ବେଳେ ଏହା ଏକା ସଙ୍ଗରେ ୯ଟି ଦେଶର ସମୟ ଦେଖାଇ ପାରିବ। ମନ୍ଦିର ପରିସରରେ ଏହି ଘଣ୍ଟାକୁ ଲଗାଯିବ।

ରାମ ମନ୍ଦିର ଟ୍ରଷ୍ଟ ସଂପାଦକଙ୍କୁ ଅନିଲ ଏହି ଘଣ୍ଟା ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରକୁ ମଧ୍ୟ ଏଭଳି ଏକ ଘଣ୍ଟା ପ୍ରଦାନ କରିଥିଲେ।

Advertisment

ସେପଟେ ତାମିଲନାଡୁରେ ସ୍ୱତନ୍ତ୍ର ଭାବେ ନିର୍ମିତ ୪୨ଟି ଘଣ୍ଟିକୁ ଅଯୋଧ୍ୟା ପଠାଯାଇଛି। ନମକ୍କଲ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଏଗୁଡିକୁ ନିର୍ମାଣ କରାଯାଇଛି। ବେଙ୍ଗଳୁରୁର ଜଣେ ଭକ୍ତ ରାଜେନ୍ଦ୍ର ପ୍ରସାଦ ରାମମନ୍ଦିର ଲାଗି ଏହି ବେଲ୍‌ଗୁଡିକୁ ତିଆରି କରାଇଛନ୍ତି। ରୁପା, ତମ୍ବା ଓ ବ୍ରୋଞ୍ଜରେ ବେଲଗୁଡିକ ତିଆରି ହୋଇଛି।

ଏଗୁଡିକର ଓଜନ ସର୍ବନିମ୍ନ ୨୫ କିଲୋରୁ ୭୨ କିଲୋ ଯାଏଁ ରହିଛି। ସମସ୍ତ ୪୨ଟି ବେଲ୍ ତିଆରିରେ ୧୨ ଶହ କିଲୋ ଧାତୁ ବ୍ୟବହାର ହୋଇଛି।

 ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ପାଖେଇ ଆସୁଥିବା ବେଳେ ଜୋରସୋରରେ କାମ ଚାଲିଛି। ପୁରା ଅଯୋଧ୍ୟା ନଗରୀକୁ ଏକ ପ୍ରକାର ନୂଆ ରୂପ ଦିଆଯାଉଛି। ରାସ୍ତାଘାଟ ମରାମତି ସହିତ ରେଳ ଷ୍ଟେସନର ନବ କଳେବର ହେଉଛି।

ଏହା ସହିତ ଶ୍ରୀରାମ ମନ୍ଦିର ନିର୍ମାଣ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ରାମ ଜନ୍ମଭୂମି ମୂର୍ତ୍ତି ନିର୍ମାଣ କାର୍ଯ୍ୟଶାଳାରେ ଦିନ ରାତି ଏକ କରି କାମ କରୁଛନ୍ତି କାରିଗରମାନେ।   ସମୟ ପୂର୍ବରୁ କାମ ସାରିବାକୁ ସେମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। 

Uttar Pradesh Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe