Advertisment

ଟଙ୍କା ଛଡ଼ାଇ ନେବା ସହ ଗାଳିଗୁଲଜ କରୁଥିଲେ ପୁଲିସ୍‌ ଅଧିକାରୀ, ଝୁଲି ପଡ଼ିଲେ ପରିବା ବ୍ୟବସାୟୀ

ପୁଲିସ୍‌ ଅଧିକାରୀଙ୍କ ନିର୍ଯାତନା ଅତିଷ୍ଠ କଲା। ବିଚ୍‌ ରାସ୍ତାରେ ବିନା କାରଣରେ ବେଇଜ୍ଜତ କଲେ, ପାଖରେ ଥିବା ଟଙ୍କା, ପଇସା ଛଡ଼ାଇ ନେଲେ। ଏହା ଅସହ୍ୟ ହେବାରୁ ଶେଷରେ ଜଣେ ପରିବା ବ୍ୟବସାୟୀ ଝୁଲି ପଡ଼ିଛନ୍ତି।

Hanging Case

Hanging Case

Advertisment

ପୁଲିସ୍‌ ଅଧିକାରୀଙ୍କ ନିର୍ଯାତନା ଅତିଷ୍ଠ କଲା। ବିଚ୍‌ ରାସ୍ତାରେ ବିନା କାରଣରେ ବେଇଜ୍ଜତ କଲେ, ପାଖରେ ଥିବା ଟଙ୍କା, ପଇସା ଛଡ଼ାଇ ନେଲେ। ଏହା ଅସହ୍ୟ ହେବାରୁ ଶେଷରେ ଜଣେ ପରିବା ବ୍ୟବସାୟୀ ଝୁଲି ପଡ଼ିଥିବା ଜଣାଯାଇଛି।

Advertisment

ମୃତ୍ୟୁ ପୂର୍ବରୁ ବ୍ୟବସାୟୀଜଣକ ଏକ ଭିଡିଓ ମେସେଜ କରି ନିଜ ଉପରେ ହୋଇଥିବା ନିର୍ଯାତନାର କାହାଣୀ ବଖାଣିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଆତ୍ମହତ୍ୟା କରିଥିବା ପରିବା ବ୍ୟବସାୟୀଜଣକ ହେଉଛନ୍ତି ସୁଶୀଲ କୁମାର।

ସୁଶୀଲ କୁମାରଙ୍କର ଏକ ପରିବା ଦୋକାନ ଥିବା ବେଳେ ସେଥିରୁ ସେ ନିଜ ପରିବାର ଚଳାଉଥିଲେ। ମାତ୍ର ନିକଟସ୍ଥ ପୁଲିସ୍‌ ଫାଣ୍ଡି ଇନଜାର୍ଚ ସତ୍ୟେନ୍ଦ୍ର ଯାଦବ ଓ ସିପାହୀ ଅଜୟ ତାଙ୍କ ଉପରେ ଅକଥନୀୟ ନିର୍ଯାତନା କରୁଥିବା ନିଜ ଭିଡିଓରେ କହିଛନ୍ତି ସୁଶୀଲ କୁମାର। ଏପରିକି ସେମାନେ ଜୋରଜବରଦସ୍ତି ତାଙ୍କ ପରିବା ଓ ଟଙ୍କା ଛଡ଼ାଇ ନେଉଥିଲେ। ଏଥିସହ ବାଟରେ ଘାଟରେ ଗାଳିଗୁଲଜ କରିବାକୁ ପଛାଉ ନ ଥିଲେ।

Advertisment

କିଛି ଦିନ ପୂର୍ବେ ସତ୍ୟେନ୍ଦ୍ର ଯାଦବ ତାଙ୍କ ନିକଟରୁ ୫ ହଜାର ଟଙ୍କା ଛଡ଼ାଇ ନେଇଥିବା ବି କହିଛନ୍ତି ସୁଶୀଲ। ଏନେଇ ସେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏଥିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ନିଜ ଭିଡିଓରେ କହିଛନ୍ତି ସୁଶୀଲ କୁମାର।

ଏହି ଘଟଣା ସାମନାକୁ ଆସିବା ପରେ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ମୃତକଙ୍କ ପରିବାର ଲୋକେ ଦୁଇ ପୁଲିସ୍‌ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Suicide Uttar Pradesh Police Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe