/odisha-reporter/media/post_attachments/uploadimage/library/16_9/16_9_0/GST_1753094366.jpg)
GST
ଚକିତ ହୋଇଛନ୍ତି ଜଣେ ଛୋଟ ପରିବା ବିକାଳୀ। କର୍ଣ୍ଣାଟକାର ହାବେରୀରେ ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ମିଳିଛି ଆଖି ଲାଖି ଗଲା ଭଳି ଟିକସ ନୋଟିସ। ଏଠାରେ ଥିବା ମ୍ୟୁନିସପାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆ ନିକଟରେ ଗୋଟିଏ ଛୋଟ ପରିବା ଦୋକାନ କରିଛନ୍ତି ଶଙ୍କର ଗୌଡା ହାଦିମଣି। ଏବେ ତାଙ୍କୁ ଦ୍ରବ୍ୟ ଓ ସେବା କର ନିୟମ ଅନୁସାରେ ୨୯ ଲକ୍ଷ ଟଙ୍କା ପୈଠକ କରିବାକୁ ନୋଟିସ ଆସିଛି।
ଦୀର୍ଘ ୪ ବର୍ଷ ହେଲାଣି ଶଙ୍କର ଗୌଡ଼ା ଏଠାରେ ପରିବା ଦୋକାନ ଚଳାଇଛନ୍ତି। ତାଙ୍କର ଅଧିକାଂଶ ଗ୍ରାହକ ୟୁପିଆ କିମ୍ବା ଅନ୍ୟ ଡିଜିଟାଲ ୱାଲେଟ ଦ୍ୱାରା ପେମେଣ୍ଟ କରନ୍ତି। ଏହି ୟୁପିଆଇରେ ଟଙ୍କା ଗ୍ରହଣ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଜିଏସଟି ଅଧିକାରୀମାନେ ନୋଟିସ କରି ଦାବି କରିଛନ୍ତି ଯେ ଶଙ୍କର ଗୌଡ଼ା ୪ ବର୍ଷ ମଧ୍ୟରେ ୧.୬୩ କୋଟି ଟଙ୍କାର ନେଣଦେଣ କରିଛନ୍ତି। ତେଣୁ ତାଙ୍କ ଉପରେ ୨୯ ଲକ୍ଷ ଟଙ୍କାର ଜିଏସଟି ବାକି ପଡ଼ିଛି।
ଶଙ୍କର ଗୌଡ଼ାଙ୍କ କହିବା କଥା ଯେ ସେ ସିଧାସଳଖ ଚାଷୀଙ୍କ ଠାରୁ ନଗଦ ପରିବା କିଣନ୍ତି। ଏହାକୁ ସେ ନିଜର ଛୋଟ ଦୋକାନରେ ବିକ୍ରି କରି ପରିବାର ଚଳାନ୍ତି। ଏବେ ଲୋକମାନେ ନଗଦ ଟଙ୍କାର ଖୁବ କମ ବ୍ୟବହାର କରୁଥିବାରୁ ତାଙ୍କର ଅଧିକାଂଶ ଗ୍ରାହକ ଡିଜିଟାଲ ପେମେଣ୍ଟ କରନ୍ତି।
ଶଙ୍କର ଗୌଡ଼ା ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିବା ସହ ଏହାର ସମସ୍ତ ରେକର୍ଡ ନିଜ ପାଖରେ ରଖିଛନ୍ତି। ଏବେ ସେ ଭାବୁଛନ୍ତି ଯେ କେମିତି ୨୯ ଲକ୍ଷ ଟଙ୍କା ଦେବେ। କାରଣ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି ଶଙ୍କର ଗୌଡ଼ା କହିଛନ୍ତି।
ସଜ ପରିବା ଜିଏସ୍ଟି ଅଧୀନରେ ଟିକସ ମୁକ୍ତ
କ୍ଲିୟର ଟ୍ୟାକ୍ସ ଅନୁସାରେ, ସଜ ଓ ଥଣ୍ଡା ପରିବା ଜିଏସ୍ଟି ଅଧୀନରେ ଟିକସ ଯୁକ୍ତ ନୁହନ୍ତି। ଯଦି ଜଣେ ଭେଣ୍ଡର ସିଧାସଳଖ ଚାଷୀଙ୍କ ଠାରୁ ପରିବା କିଣୁଛନ୍ତି ଓ ଏହାକୁ ସେହି ରୂପରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି, ତା’ହେଲେ ଏହା ଉପରେ କୌଣସି ଜିଏସଟି ଲାଗିବ ନାହିଁ।
ସ୍କାନରରେ ଡିଜିଟାଲ ପେମେଣ୍ଟ
ନିକଟରେ କର୍ଣ୍ଣାଟକା ଜିଏସ୍ଟି ବିଭାଗ କହିଥିଲା ଯେ ସେମାନେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖିଛନ୍ତି। ୨୦୨୫ ମସିହା ଜୁଲାଇ ୧୨ରେ ବିଭାଗ ଘୋଷଣା କରିଥିଲା ଯେ ଯଦି କୌଣସି ବ୍ୟବସାୟୀଙ୍କ ଆୟ ଜିଏସଟି ସୀମା ଅତିକ୍ରମ କରିବ, ତା’ହେଲେ ସେମାନେ ଯଦି ପଞ୍ଜୀକରଣ କରିବେ ନାହିଁ କିମ୍ବା ଟିକସ ଦେବେ ନାହିଁ, ତେବେ ସେମାନଙ୍କୁ ନୋଟିସ କରାଯିବ। ଏହି ଘୋଷଣା ପରେ ଶଙ୍କର ଗୌଡ଼ାଙ୍କ ଭଳି ଛୋଟ ଛୋଟ ବ୍ୟବସାୟୀମାନେ ୟୁପିଆଇ ପେମେଣ୍ଟ ଗ୍ରହଣ କରିବା ବନ୍ଦ କରି ଦେଇଛନ୍ତି। ସେମାନେ କେବଳ ନଗଦ ଟଙ୍କା ନେଉଛନ୍ତି।
ନଗଦ କାରବାର କରୁଥିବା ବ୍ୟବସାୟୀଙ୍କୁ ସତର୍କ କଲା ବିଭାଗ
୨୦୨୫ ମସିହା ଜୁଲାଇ ୧୭ରେ କର୍ଣ୍ଣାଟକା ଜିଏସ୍ଟି ବିଭାଗ କହିଛି ଯେ ବ୍ୟବସାୟୀମାନେ ୟୁପିଆଇରେ ଟଙ୍କା ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି। ସେମାନେ ନଗଦ ଟଙ୍କା ଉପରେ ଫୋକସ କରୁଛନ୍ତି। କିନ୍ତୁ ଏକଥା ବିଭାଗ ଜାଣିଛି। ମୋଟ ଆୟ ଉପରେ ଟିକସ ଲାଗୁ ହେବ। ଯଦି ବ୍ୟବସାୟୀମାନେ ନଗଦ କାରବାର ଜରିଆରେ ନିଜ ଆୟକୁ ଲୁଚାଇ ଟିକସ ଫାଙ୍କିବେ, ତା’ହେଲେ ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
