ରାତି ସାରା ମୃତଦେହ ଉପରେ ମାଡି ଚାଲିଲା ଗାଡି। ଖଣ୍ଡ ବିଖଣ୍ଡିତ ହୋଇଗଲା ମୃତଦେହ। ରାସ୍ତା ଉପରେ ଏଣେ ତେଣେ ବିଛାଡି ହୋଇପଡିଲା। ଏବେ ଏହି ମୃତଦେହଟି କାହାର ତାହା ଚିହ୍ନବା ମୁସ୍କିଲ୍ ହୋଇପଡିଛି। ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରସେ-ଓ୍ୱରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।
ରବିବାର ବିଳମ୍ବିତ ରାତିରେ ଏଠାକାର ଜାତୀୟ ରାଜପଥ ଉପରେ ଏକ ମହିଳାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲା। ତେବେ ମୃତଦେହକୁ ଉଠାଇବା ବଦଳରେ ତା'ଉପରେ ରାତି ସାରା ମାଡି ଚାଲିଥିଲା ଗାଡି। ଫଳରେ ମୃତଦେହଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ରାସ୍ତା ଉପରେ ଖଣ୍ଡ ବିଖଣ୍ଡିତ ହୋଇ ମୃତଦେହ ପଡିଥିବା ଦେଖିବାକୁ ମିଳିଛି।
ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ହୋଇଥିବା ମୃତଦେହକୁ ଜବତ କରିଛି। ମୃତଦେହଟି ଜଣେ ମହିଳାଙ୍କର ବୋଲି କୁହାଯାଉଥିବା ବେଳେ ତାକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ଏହି ମାମଲା ଫତେହାବାଦ ପୁଲିସ ଷ୍ଟେସନର ଅଟେ। ପୁଲିସ ପହଞ୍ଚିବା ପୂର୍ବରୁ ଏକ୍ସପ୍ରେସୱେରେ ମୃତଦେହଟି କେବେ ଠାରୁ ପଡି ରହିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତାଙ୍କୁ କିଏ ହତ୍ୟା କିର ଏଠାରେ ଫିଙ୍ଗି ଦେଇଛନ୍ତି ନା ଦୁର୍ଘଟଣାରୁ ମୃତ୍ୟୁ ହୋଇଛି ସେ ନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।