Advertisment

ମୃତଦେହ ଉପରେ ରାତି ସାରା ମାଡି ଚାଲିଲା ଗାଡି, ଚିହ୍ନିବା ମୁସ୍‌କିଲ୍‌

ମୃତଦେହ ଉପରେ ରାତି ସାରା ଗାଡି ଚାଲିବା ପରେ ରାସ୍ତା ଉପରେ ତାହା ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ରାତି ସାରା ମୃତଦେହ ଉପରେ ମାଡି ଚାଲିଲା ଗାଡି। ଖଣ୍ଡ ବିଖଣ୍ଡିତ ହୋଇଗଲା ମୃତଦେହ। ରାସ୍ତା ଉପରେ ଏଣେ ତେଣେ ବିଛାଡି ହୋଇପଡିଲା। ଏବେ ଏହି ମୃତଦେହଟି କାହାର ତାହା ଚିହ୍ନବା ମୁସ୍‌କିଲ୍‌ ହୋଇପଡିଛି। ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରସେ-ଓ୍ୱରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ରବିବାର ବିଳମ୍ବିତ ରାତିରେ ଏଠାକାର ଜାତୀୟ ରାଜପଥ ଉପରେ ଏକ ମହିଳାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲା। ତେବେ ମୃତଦେହକୁ ଉଠାଇବା ବଦଳରେ ତା'ଉପରେ ରାତି ସାରା ମାଡି ଚାଲିଥିଲା ଗାଡି। ଫଳରେ ମୃତଦେହଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ରାସ୍ତା ଉପରେ ଖଣ୍ଡ ବିଖଣ୍ଡିତ ହୋଇ ମୃତଦେହ ପଡିଥିବା ଦେଖିବାକୁ ମିଳିଛି।

ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ହୋଇଥିବା ମୃତଦେହକୁ ଜବତ କରିଛି। ମୃତଦେହଟି ଜଣେ ମହିଳାଙ୍କର ବୋଲି କୁହାଯାଉଥିବା ବେଳେ ତାକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

Advertisment

ଏହି ମାମଲା ଫତେହାବାଦ ପୁଲିସ ଷ୍ଟେସନର ଅଟେ। ପୁଲିସ ପହଞ୍ଚିବା ପୂର୍ବରୁ ଏକ୍ସପ୍ରେସୱେରେ ମୃତଦେହଟି କେବେ ଠାରୁ ପଡି ରହିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତାଙ୍କୁ କିଏ ହତ୍ୟା କିର ଏଠାରେ ଫିଙ୍ଗି ଦେଇଛନ୍ତି ନା ଦୁର୍ଘଟଣାରୁ ମୃତ୍ୟୁ ହୋଇଛି ସେ ନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Agra-Lucknow Expressway Deadbody Uttar Pradesh Body Parts Scattered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe