Advertisment

୨ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ: ବ୍ୟାପକ ପୋଡ଼ାଜଳା

ଫ୍ଲେକ୍ସ ବ୍ୟାନର୍ସ, ପୋଷ୍ଟର୍ସ ଓ ସାଉଣ୍ଡ ସିଷ୍ଟମ କାର୍ଯ୍ୟକ୍ରମ ପାଇଁ ଅଣାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାଉଣ୍ଡର ବ୍ୟବହାର ହେଉଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ।

author-image
Hemant Lenka
Clash

Clash

ମହାରାଷ୍ଟ୍ରର କୋଲହାପୁରକୁ ଅଶାନ୍ତ କରିଛି ଗୋଷ୍ଠୀ ସଂଘର୍ଷ। ଶୁକ୍ରବାର ରାତିରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଛି ଭୟଙ୍କର ଗଣ୍ଡଗୋଳ। ଦୁଇ ଗୋଷ୍ଠୀର ଲୋକ ପରସ୍ପରକୁ ସିଦ୍ଧାର୍ଥନଗର ଅଞ୍ଚଳରେ ଆକ୍ରମଣ କରିଛନ୍ତି। ଗଣ୍ଡଗୋଳ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଛି। ପୋଡ଼ା ଜଳା ଓ ଭଙ୍ଗାରୁଜା ଯୋଗୁ ପୂରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି।

Advertisment

ରାଜେବାଗଶ୍ୱର ଫୁଟବଲ କ୍ଲବର ୩୧ତମ ବର୍ଷ ପୂର୍ତ୍ତି ପାଇଁ ଶୁକ୍ରବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଫ୍ଲେକ୍ସ ବ୍ୟାନର୍ସ, ପୋଷ୍ଟର୍ସ ଓ ସାଉଣ୍ଡ ସିଷ୍ଟମ କାର୍ଯ୍ୟକ୍ରମ ପାଇଁ ଅଣାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାଉଣ୍ଡର ବ୍ୟବହାର ହେଉଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସଦସ୍ୟମାନେ କାର୍ଯ୍ୟକ୍ରମ ଆୟୋଜନକୁ ବିରୋଧ କରିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଯୁକ୍ତିତର୍କ ମାତ୍ର କିଛି ସମୟ ମଧ୍ୟରେ ଭୟଙ୍କର ରୂପ ଧାରଣ କରିଥିଲା।

ରାତି ପ୍ରାୟ ୧୦ଟା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପଥର ମାଡ଼। ଗଣ୍ଡଗୋଳକାରୀ ମାନେ ୨ଟି କାରରେ ନିଆଁ ଲଗାଇ ଦେଇଥିବା ବେଳେ ରାସ୍ତାରେ ପାର୍କିଂ ହୋଇଥିବା ୮ରୁ ୯ଟି ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଥର ମାଡ଼ ଯୋଗୁ କିଛି ଲୋକଙ୍କ ଘରର ଝରକା ମଧ୍ୟ ଭାଙ୍ଗିଛି। ଗଣ୍ଡଗୋଳରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଘଟଣା ସମ୍ପର୍କରେ ଖବର ପାଇ ୨୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ପହଞ୍ଚିଥିଲେ। ସେମାନେ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭୁଲ ବୁଝାମଣାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି। କୋଲହାପୁର ଏସ୍‌ପି ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ ଅନୁରୋଧ କରିଛନ୍ତି। ସେହିପରି କେହି ବି ଗୁଜବରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧ ଗଣ୍ଡଗୋଳ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ।

Maharashtra Group Clash