Advertisment

ରାମ ନବମୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼, ମନ୍ଦିର ପରିସରରେ ଲାଗିଗଲା ନିଆଁ

ରାମ ନବମୀ ପୂଜା ବେଳେ ହଠାତ୍‌ ପେଣ୍ଡାଲଟି ହୁତୁହୁତୁ ହୋଇ ଜଳି ଉଠିଲା। ଏହା ଦେଖି ଶ୍ରଦ୍ଧାଳୁମାନେ ଦୌଡ଼ିବାକୁ ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ସାରା ଦେଶରେ ଆଜି ରାମ ନବମୀ ପାଳନ କରାଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶର ଏକ ମନ୍ଦିର ପରିସରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। 

Advertisment

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାସ୍ଥିତ ବେଣୁଗୋପାଳସ୍ୱାମୀ ମନ୍ଦିରରେ ଆଜି ଧୁମଧାମରେ ରାମ ନବମୀ ପାଳିତ ହେଉଥିଲା। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା।

ଏହି ସମୟରେ ରାମ ନବମୀ ନିମନ୍ତେ ପ୍ରସ୍ତୁତ ପେଣ୍ଡାଲଟି ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଲା। ନିଆଁ ଆଖି ପିଛୁଳାକେ ବ୍ୟାପୀ ମନ୍ଦିର ଉପରକୁ ଉଠି ଯାଇଥିଲା। ଏହା ଦେଖି ଶ୍ରଦ୍ଧାଳୁମାନେ ଦୌଡ଼ିବାକୁ ଆରମ୍ଭ କରି ଦେଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ମନ୍ଦିରରୁ ବାହାର କରାଯାଇଥିଲା। ଫଳରେ ଏହି ଅଗ୍ନିକାଣ୍ଡ ଯୋଗୁ କେହି ହତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲିଭାଯିବା ପରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Ram Navami Temple Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe