Advertisment

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ।

ଅଦ୍ୟତନ ହୋଇଛି
LGBT

LGBT

Advertisment

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ଆଜି ସୁପ୍ରିମକୋର୍ଟରେ ଆସିବ ରାୟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ।

Advertisment

ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ।

୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଛନ୍ତି। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ  ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି। 

Advertisment

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ। ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।  ଏଭଳି ସ୍ଥିତିରେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ମିଳିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏଥିସହ ଏହା ସାଧାରଣ ବିବାହ ପରମ୍ପରାକୁ ବିଚ୍ୟୁତ କରିବ ବୋଲି ମଧ୍ୟ କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରି ନଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ଼ ମେ’ ମାସରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପରେ ଏହା ଅଧିକ ପ୍ରଚଳିତ ହୋଇଛି।

ଅଧିକ ସହରୀ ଲୋକ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଏହା ସହରୀ ଲାଗିପାରେ। କିନ୍ତୁ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣ କରିବା ପାଇଁ ସରକାର ପାଖରେ କୌଣସି ତଥ୍ୟ ନାହିଁ।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ କୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ନ ଥିବା ବେଳେ ଶୁଣାଣି ବେଳେ କହିଥିଲେ, ଏହି ମାମଲାର ଶୁଣାଣିକୁ ନେଇ ଆମର ଆପତ୍ତି ରହିଛି। କାରଣ ଏହା ସଂସଦର ଅଧିକାରର ବିଷୟ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଭାରତୀୟ ନୀତିଗତ ଆଦର୍ଶ ଉପରେ ପର୍ଯ୍ୟବେଷିତ। ବହୁ ସଂଖ୍ୟାରେ ଦେଶବାସୀଙ୍କ ପରାମର୍ଶ ନେଇ ଏହି ମାମଲାର ଶୁଣାଣି କରାଯିବା ଉଚିତ। ତେଣୁ ସଂସଦୀୟ ପ୍ଲାଟଫର୍ମରେ ଏହାର ଶୁଣାଣି ହେଲେ, ବେଶ ଫଳପ୍ରଦ ହୋଇପାରିବ।

କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରିଥିଲେ ମଧ୍ୟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ବିରୋଧରେ ରହିଛନ୍ତି। ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ପରିବାର ଗଠିତ। ହେଲେ ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ। ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। 

ତେଣୁଏପରି ସ୍ଥିତିରେ ଅଜି ଆସିବାକୁ ଥିବା ଯୁଗାନ୍ତକାରୀ ରାୟ ଉପରେ ସମସ୍ତଙ୍କ ନଜର ରହିଛି। 

Supreme Court Same Sex Marriage LGBTQ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe