ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? କାଲି ରାୟ ଶୁଣାଇ ପାରନ୍ତି ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି।

Same sex

Representational image

Hemant Lenka
  • Published: Monday, 16 October 2023
  • Updated: 16 October 2023, 08:46 PM IST

Sports

Latest News

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିବ କି ନାହିଁ, ତା’ ଉପରେ ଆସନ୍ତାକାଲି ଚୂଡ଼ାନ୍ତ ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ସିଜେଆଇଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ଏସ୍‌ଆର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସୀମା ରହିଛନ୍ତି।

୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଛନ୍ତି। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଦାବି ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି।

Also Read

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏଥିସହ ଏହା ସାଧାରଣ ବିବହା ପରମ୍ପରାକୁ ବିଚ୍ୟୁତ କରିବ ବୋଲି ମଧ୍ୟ କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରି ନଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ଼ ମେ’ ମାସରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପରେ ଏହା ଅଧିକ ପ୍ରଚଳିତ ହୋଇଛି।

ଅଧିକ ସହରୀ ଲୋକ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଏହା ସହରୀ ଲାଗିପାରେ। କିନ୍ତୁ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣ କରିବା ପାଇଁ ସରକାର ପାଖରେ କୌଣସି ତଥ୍ୟ ନାହିଁ।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ କୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ନ ଥିବା ବେଳେ ଶୁଣାଣି ବେଳେ କହିଥିଲେ, ଏହି ମାମଲାର ଶୁଣାଣିକୁ ନେଇ ଆମର ଆପତ୍ତି ରହିଛି। କାରଣ ଏହା ସଂସଦର ଅଧିକାରର ବିଷୟ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଭାରତୀୟ ନୀତିଗତ ଆଦର୍ଶ ଉପରେ ପର୍ଯ୍ୟବେଷିତ। ବହୁ ସଂଖ୍ୟାରେ ଦେଶବାସୀଙ୍କ ପରାମର୍ଶ ନେଇ ଏହି ମାମଲାର ଶୁଣାଣି କରାଯିବା ଉଚିତ। ତେଣୁ ସଂସଦୀୟ ପ୍ଲାଟଫର୍ମରେ ଏହାର ଶୁଣାଣି ହେଲେ, ବେଶ ଫଳପ୍ରଦ ହୋଇପାରିବ।

କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରିଥିଲେ ମଧ୍ୟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ବିରୋଧରେ ରହିଛନ୍ତି। ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ପରିବାର ଗଠିତ। ହେଲେ ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ। ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।

ସହଭାଗୀ ଭାବରେ ଏକାଠି ରହୁଥିବା ସମଲିଙ୍ଗୀ ପାର୍ଟନରମାନେ ଅପରାଧ କରୁ ନାହାନ୍ତି। କିନ୍ତୁ ଏହା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ସହିତ ସମାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ।

କେନ୍ଦ୍ର ସରକାର ଆହୁରି କହିଥିଲେ ଯେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା ବିରୋଧୀ। ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ପରିବାର ଗଠିତ। ସହଭାଗୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନାତ୍ମକ ନୁହେିଁ।

ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ଦ୍ୱାରା ପୁରୁଷ ‘ପିତା’ ଏବଂ ସ୍ତ୍ରୀ ‘ମାତା’ ହୋଇଥାନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଥିଲେ ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍।

ଧାରା ୩୭୭କୁ ଅପରାଧ ମୁକ୍ତ କରାଯାଇଥିବାରୁ ଆବେଦନକାରୀ ଭାରତୀୟ ଆଇନ ଅଧୀନରେ ନିଜର ମୌଳିକ ଅଧିକାର କଥା କହି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ଦାବି କରିପାରିବେ ନାହିଁ। ଏହା ଭାରତୀୟ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାର କହିଥିଲେ।

ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ପରିବାର ଗଠିତ। ଏଥିପାଇଁ ବାୟୋଲୋଜିକାଲ ବ୍ୟକ୍ତିଙ୍କୁ ସ୍ୱାମୀ, ବାୟୋଲୋଜିକାଲ ମହିଳାଙ୍କୁ ପତ୍ନୀ ଓ ସେମାନଙ୍କ ମିଳିନରୁ ପିଲାମାନେ ଆସନ୍ତି। ସେମାନଙ୍କୁ ପିଲାମାନଙ୍କ ବାୟୋଲୋଜିକାଲ ବାପା ଓ ମା’ କୁହାଯାଏ। ତେଣୁ ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story