Advertisment

ସେ ନିଜେ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ: ଦୁଷ୍କର୍ମ ପୀଡ଼ିତାଙ୍କୁ କାହିଁକି ଏମିତି କହିଲେ ହାଇକୋର୍ଟ?

ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା।

ଅଦ୍ୟତନ ହୋଇଛି
HC

HC

Advertisment

ଆହ୍ଲାବାଦ ହାଇକୋର୍ଟ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। ଜାମିନ ଅର୍ଡର ପାରିତ କରିବା ଭଳେ ପୀଡ଼ିତାଙ୍କୁ ସମାଲୋଚନା କରିଛନ୍ତି। ପୀଡ଼ିତା ନିଜେ ହିଁ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ ଓ ଦୁଷ୍କର୍ମ ଅଭିଯୋଗ କାଣ୍ଡ ପାଇଁ ପୀଡ଼ିତା ମଧ୍ୟ ଉତ୍ତରଦାୟୀ। ପୀଡ଼ିତା ହେଉଛନ୍ତି ଜଣେ ପୋଷ୍ଟ ଗ୍ରାଜୁଏଟ ଛାତ୍ରୀ। ସେ ଦିଲ୍ଲୀର ହୌଜ ଖାସରେ ଥିବା ଗୋଟିଏ ବାରକୁ ତାଙ୍କର ବନ୍ଧୁମାନଙ୍କ(ମହିଳା) ସହ ଯାଇଥିଲେ।

Advertisment

ତାଙ୍କ ବନ୍ଧୁମାନଙ୍କ କିଛି ପୁରୁଷ ବନ୍ଧୁ ମଧ୍ୟ ସେଠାରେ ରହିଥିଲେ। ବାରରେ ଅଭିଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା। ସମସ୍ତେ ମଦ ପିଇବା ପରେ ନିଶାରେ ଟଳମଳ ହୋଇଥିଲେ। ଏତିକି ବେଳେ ଛାତ୍ରୀଙ୍କୁ ଅଭିଯୁକ୍ତ ଜଣଙ୍କ ଗୁରୁଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ନେଇଥିଲେ ଓ ସେଠାରେ ଦୁଇ ଥର ଦୁଷ୍କର୍ମ କରିଥିଲେ। ଛାତ୍ରୀ ଜଣଙ୍କ ଏନେଇ ଗୌତମ ବୁଦ୍ଧ ନଗରରେ ଏଫଆଇଆର କରିଥିଲେ ଓ ଅଭିଯୁକ୍ତଙ୍କୁ ୨୦୨୪ ମସିହା ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ପରବର୍ତ୍ତୀ ଅବସ୍ଥାରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ସିଂହ ମାର୍ଚ୍ଚ ୧୧ରେ ଅଭିଯୁକ୍ତଙ୍କୁ ଜାମିନ ଦେଇ କହିଛନ୍ତି ଯେ ପୀଡ଼ିତାଙ୍କ ଅଭିଯୋଗରେ ସତ୍ୟତା ଥିବା ଯଦିଓ କୋର୍ଟ ଅନୁଭବ କରୁଛନ୍ତି, ତଥାପି ସେ ନିଜେ ହିଁ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ। ପୀଡ଼ିତା ନିଜେ ପୂରା ଘଟଣା ପାଇଁ ଦାୟୀ। ନିଜ ବୟାନରେ ପୀଡ଼ିତା ଜଣଙ୍କ ସବୁ କିଛି ସ୍ୱୀକାର କରିଛନ୍ତି। ଡାକ୍ତରୀ ମାଇନାରୁ ଜଣାପଡ଼ିଛି ଯେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଇଛି। କିନ୍ତୁ ଡାକ୍ତର ଯୌନ ନିର୍ଯାତନା ସମ୍ପର୍କରେ କିଛି ବି କହି ନାହାନ୍ତି। ପୀଡ଼ିତା ଜଣଙ୍କ ଜଣେ ଏମଏ ଛାତ୍ରୀ। ସେ ନିଜର କାର୍ଯ୍ୟକଳାକୁ ବେଶ ଭଲ ଭାବେ ବୁଝିବାକୁ ସକ୍ଷମ। ସବୁ କିଛି ଜାଣି ପୀଡ଼ିତା ଜଣଙ୍କ ସେଠାକୁ ଯାଇ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ ବୋଲି ଜଷ୍ଟିସ ସିଂହ କହିଛନ୍ତି।

Advertisment

ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା। ବାରରେ ମଦ ପିଇବାରୁ ତାଙ୍କୁ ନିଶା ହୋଇଯାଇଥିଲା। ବାରରେ ସେ ରାତି ପ୍ରାୟ ୩ଟା ଯାଏ ରହିଥିଲେ। ନିଶାରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ନିଜ ସହ ଘରକୁ ନେବାକୁ ଚାହିଁଥିଲେ। ନିଶା ଅଧିକ ହୋଇଯାଇଥିବାରୁ ଛାତ୍ରୀ ଜଣଙ୍କୁ ମଧ୍ୟ ସହାୟତାର ଆବଶ୍ୟକ ରହିଥିଲା।

ତେଣୁ ସେ ଅଭିଯୁକ୍ତଙ୍କ ସହ ତାଙ୍କ ଘରକୁ ଯିବାକୁ ରାଜି ହୋଇଥିଲେ। ବାଟରେ ଯିବା ବେଳେ ସେ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ଅଭିଯୁକ୍ତଙ୍କ ଘର ନୋଏଡାରେ ହୋଇଥିଲେ ହେଁ ସେ ଛାତ୍ରୀଙ୍କୁ ସେଠାକୁ ନେଇ ନଥିଲେ। ନୋଏଡା ବଦଳରେ ଗୁରୁଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ଫ୍ଲାଟକୁ ନେଇଥିଲେ। ସେଠାରେ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।

ଏ ସମ୍ପର୍କରେ ପୀଡ଼ିତା ଜଣଙ୍କ ୨୦୨୪ ମସିହା ସେପ୍ଟେମ୍ବର ୨୩ରେ ଗୋଟିଏ ଏଫଆଇଆର ଗୌତମ ବୁଦ୍ଧ ନଗର ପୁଲିସ୍‌ ଷ୍ଟେସନରେ ଦାଖଲ କରିଥିଲେ। ପୁଲିସ୍‌ ଏଫଆଇଆରକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହାଇକୋର୍ଟରେ ଅଭିଯୁକ୍ତ ଜଣଙ୍କ ଜାମିନ ପାଇଁ ଆବେଦନ କରିଥିଲେ।

ଶୁଣାଣି ବେଳେ ତାଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ ଯଦି ସମସ୍ତ ଅଭିଯୋଗକୁ ବିଚାରକୁ ନିଆଯାଏ, ତା’ହେଲେ ଘଟଣାଟି ଆଦୌ ଦୁଷ୍କର୍ମ ଜନିତ ନୁହେଁ। ଏହା ଦୁଇ ଜଣଙ୍କ ସହମତିରେ ହୋଇଥିବା ଶାରିରୀକ ସମ୍ପର୍କ। ଅପରାଧିକ ରେକର୍ଡ ନଥିବା ସତ୍ତ୍ୱେ ସହମତି ଭିତ୍ତିରେ ହୋଇଥିବା ଶାରିରୀକ ସମ୍ପର୍କ ପାଇଁ ଅଭିଯୁକ୍ତଙ୍କୁ ୨୦୨୪ ଡିସେମ୍ବର ମାସରୁ ଜେଲରେ ରଖାଯାଇଛି। ଯଦି ସେ ଜାମିନରେ ମୁକୁଳୁଛନ୍ତି, ତା’ହେଲେ ଏହାର ଦୁର୍ବ୍ୟବହାର ସେ କରିବେ ନାହିଁ ଓ ମାମଲାର ତଦନ୍ତରେ ସବୁ ପ୍ରକାରର ସହାୟତା କରିବେ ବୋଲି ତାଙ୍କ ଓକିଲ ଯୁକ୍ତି ରଖିଥିଲେ।

ଅନ୍ୟପକ୍ଷରେ ଅତିରିକ୍ତ ସରକାରୀ ଓକିଲ କୋର୍ଟରେ ଜାମିନର ବିରୋଧ କରିଥିଲେ। ଦୁଇ ପକ୍ଷକୁ ଶୁଣିବା ପରେ ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

Allahabad High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe