Advertisment

ବନ୍ୟା ସ୍ଥିତି ପରଖୁଥିଲେ ମୁଖ୍ୟମନ୍ତ୍ରୀ, ମାଡ଼ି ଆସିଲା ଟ୍ରେନ୍‌

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Chandrababu Naidu

Chandrababu Naidu

Advertisment

ଟ୍ରାକ୍‌ ଉପରେ ଠିଆ ହୋଇ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏତିକି ବେଳେ ହଠାତ୍‌ ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରେନ୍‌। ଫଳରେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାରେ।

Advertisment

ଉବୁଟୁବୁ ହେଉଛି ଆନ୍ଧ୍ରପ୍ରଦେଶ। ଏଠି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଚେଷ୍ଟା ଜାରି ରଖିଛନ୍ତି। ଗୁରୁବାର ଦିନ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡାର ଏକ ଛୋଟ ରେଳ ବ୍ରିଜ ଉପରେ ଠିଆ ହୋଇ ବନ୍ୟା ପରିସ୍ଥିତିର ଆକଳନ କରୁଥିଲେ।

ତାଙ୍କ ସହିତ ଅନେକ ଅଧିକାରୀ ଏବଂ ଏନଏସଜି କମାଣ୍ଡୋ ମଧ୍ୟ ଥିଲେ। ଏହି ସମୟରେ ଏକ ଟ୍ରେନ୍ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଏହାପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ରାସ୍ତାରୁ ହଟି ଯାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚନ୍ଦ୍ରବାବୁ ନାଇଡୁ ବ୍ରିଜର ରେଲିଂ ନିକଟରେ ଥିବା ଏକ ସଂକୀର୍ଣ୍ଣ ପ୍ଲାଟଫର୍ମରେ ଠିଆ ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କହିରଖୁ ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ବନ୍ୟା ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ବିଜୟୱାଡାରେ ପ୍ରବଳ ବର୍ଷା ଓ ବନ୍ୟା ପରେ ନାଇଡୁ ଅନେକ ଥର ବନ୍ୟା ପ୍ରଭାବିତ ସ୍ଥାନଗୁଡିକ ପରିଦର୍ଶନ କରିଛନ୍ତି। ଏଥିସହ ରିଲିଫ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

Viral Video Andhra Pradesh Flood Chandrababu Naidu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe