Advertisment

ବିଧାୟକଙ୍କ ଦାଦାଗିରି, ପୋଲିଂ ବୁଥରେ ପଶି ଭାଙ୍ଗି ଦେଲେ ଇଭିଏମ୍‌

ବିଧାୟକ ପି. ରାମକୃଷ୍ଣ ରେଡ୍ଡୀ ଇଭିଏମ୍‌କୁ ତଳେ ପକାଇ ଭାଙ୍ଗୁଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

author-image
Madhupriya Mistry
EVM Broken

EVM Broken

ବିଧାୟକଙ୍କ ଦାଦାଗିରି। ଦିନ ଦ୍ୱିପହରେ ପୋଲିଂ ବୁଥରେ ପଶି ଭାଙ୍ଗି ଦେଲେ ଭୋଟିଂ ମେସିନ୍‌। ଆନ୍ଧ୍ରପ୍ରଦେଶର ଶାସକ ଦଳ YSRCP ବିଧାୟକ ପି ରାମକୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଆସିଛି ଏଭଳି କିଛି ଅଭିଯୋଗ। ଏହି ପୂରା ମାମଲାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ବୁଥ ଭିତରେ ପଶି ଇଭିଏମ୍‌ ମେସିନ୍‌ ଭାଙ୍ଗିବା ସହ ପୋଲିଂ କର୍ମୀଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ ଆୟୋଗ ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଭିଡିଓକୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏଥିସହ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଥିବା ନର୍ବାଚନ ଆୟୋଗ କହିଛନ୍ତି।

ସୂଚନା ମୁତାବକ, ମେ' ୧୩ ତାରିଖରେ ଏହି ଘଟଣା ଘଟିଥିଲା। ମାଚରଲା ବିଧାନସଭା ଅଞ୍ଚଳର ବୁଥ ନମ୍ବର ୨୦୨ ଓ ୭ରେ ଇଭିଏମ୍‌ ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଥିଲା। ବିଧାୟକ ପି. ରାମକୃଷ୍ଣ ରେଡ୍ଡୀ ଇଭିଏମ୍‌କୁ ତଳେ ପକାଇ ଭାଙ୍ଗୁଥିବା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ କରାଯାଇଛି। ପାଲନାଡୁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମସ୍ତ ମତଦାନ କେନ୍ଦ୍ରର ଭିଡିଓ ଫୁଟେଜକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୁଲିସକୁ କୁହାଯାଇଛି।

Advertisment

ଅଧିକାରୀଙ୍କ କହିବାନୁସାରେ, ଯାଞ୍ଚରେ ବିଧାୟକଙ୍କ ନାଁକୁ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓ ମୁକେଶ କୁମାର ମୀନାଙ୍କୁ ଡିଜିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳର ବିଧାୟକ ନିର୍ବାଚନ ହାରିଯିବା ଭୟରେ ଇଭିଏମ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିବା ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ ପାର୍ଟିର ମହାସଚିବ ନାରା ଲୋକେଶ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Viral Video Andhra Pradesh YS Jagan Mohan Reddy MLA Destroys EVM