Advertisment

ରାତି ଅଧରେ କାର୍‌ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦

କାର୍‌ଗିଲର ଏହି ଏୟାରଷ୍ଟ୍ରିପଟି ଚାରିପାର୍ଶ୍ୱରେ ପାହାଡ ଦ୍ୱାରା ଘେରି ରହିଛି। ଏଭଳି ପରିସ୍ଥିତିରେ ରାତିରେ ଏଠାରେ ବିମାନ ଅବତରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କିନ୍ତୁ ଏହି ମିଶନକୁ ଏକ ଆହ୍ୱାନପୂର୍ଣ୍ଣ ପରିବେଶରେ ଭାରତୀୟ ବାୟୁସେନା ସଫଳ କରିଛି।

ଅଦ୍ୟତନ ହୋଇଛି
c-130j-lands-at-kargil

c-130j-lands-at-kargil

Advertisment

ବଡ଼ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା। ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ହୁର୍କ୍ୟୁଲସ ବିମାନ। ବାୟୁସେନା ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହାର ଭିଡିଓକୁ ବାୟୁସେନା ପକ୍ଷରୁ ଜାରି କରାଯାଇଛି।

Advertisment

କାର୍‌ଗିଲର ଏହି ଏୟାରଷ୍ଟ୍ରିପଟି ଚାରିପାର୍ଶ୍ୱରେ ପାହାଡ ଦ୍ୱାରା ଘେରି ରହିଛି। ଏଭଳି ପରିସ୍ଥିତିରେ ରାତିରେ ଏଠାରେ ବିମାନ ଅବତରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କିନ୍ତୁ ଏହି ମିଶନକୁ ଏକ ଆହ୍ୱାନପୂର୍ଣ୍ଣ ପରିବେଶରେ ଭାରତୀୟ ବାୟୁସେନା ସଫଳ କରିଛି।

ସୋଶାଲ ମିଡିଆ ପୋଷ୍ଟରେ ଭାରତୀୟ ବାୟୁସେନନାର ଜଣେ ଅଧିକାରୀ କହିଛନ୍ତି, ଯେ କାର୍‌ଗିଲ ଏୟାରଷ୍ଟ୍ରିପରେ ରାତିରେ ଫାଇଟର୍‌ ବିମାନକୁ ଅବତରଣ କରିବା ସମୟରେ ଟେରେନ୍‌ ମାସ୍କିଂ କରାଯାଇଥିଲା। ଭାରତୀୟ ବାୟୁସେନା କହିଛି ଯେ ଏହି ଅଭ୍ୟାସ ଗାରୁଡ କମାଣ୍ଡୋଙ୍କ ପ୍ରଶିକ୍ଷଣ ମିଶନରେ ମଧ୍ୟ ସାହାଯ୍ୟ କରିଛି। 

Advertisment

ଭାରତୀୟ ସେନା ନିଜ ସାମର୍ଥ୍ୟ ବୃଦ୍ଧି କରିବାରେ ଲାଗିଛି। ଏଥିପାଇଁ କେବଳ ଦିନରେ ନୁହେଁ ରାତିରେ ମଧ୍ୟ ଭାରତୀୟ ସୀମାରେ ସଜାଗ ରହିଛି ବାୟୁସେନା। ପ୍ରଥମ ଥର ପାଇଁ ବାୟୁସେନାର ହର୍କ୍ୟୁଲିସ ବିମାନକୁ ରାତିରେ କାର୍‌ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା, ଏଥିରେ ସଫଳତା ହାସଲ ହୋଇଛି। ବାସ୍ତବରେ, ବାୟୁସେନାର ଏହି ମିଶନ ପ୍ରଶିକ୍ଷଣର ଏକ ଅଂଶ ଥିଲା।

C-130J Super Hercules Aircraft Kargil Airstrip Indian AirForce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe