Advertisment

ବର୍ଷା ପରେ ବାଇକ୍‌ରେ ଯାଉଥିବା ଯୁବତୀଙ୍କୁ ଫିଙ୍ଗିଲେ ପାଣି, ୪ ଗିରଫ

ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ଏହି ସମୟରେ ଜଣେ ମହିଳାଙ୍କ ସହ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି।

author-image
Madhupriya Mistry
Misbehaved

Misbehaved

ବର୍ଷା ପରେ ବାଇକ୍‌ରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ। ଅଭଦ୍ରତାର ସବୁ ସୀମା ଟପିଗଲେ ଯୁବକ। ଏକାଠି ହୋଇ ଯୁବତୀଙ୍କ ଉପରକୁ ଫିଙ୍ଗିଲେ ପାଣି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା। ଏହି ମାଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Advertisment

ବାସ୍ତବରେ ବୁଧବାର ଲକ୍ଷ୍ନୌରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ଏହି ସମୟରେ ଜଣେ ମହିଳାଙ୍କ ସହ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି। ତାଜ ହୋଟେଲ ନିକଟରେ ଥିବା ରାସ୍ତାରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ରାସ୍ତାରେ ଜମିଥିବା ପାଣିରେ ମଜା ମସ୍ତି କରୁଥିଲେ।

ଏତିକି ବେଳେ ବାଇକ୍‌ରେ ଜଣେ ଯୁବକ ଏବଂ ଯୁବକ ସେହି ରାସ୍ତା ଦେଇ ଯିବା ସମୟରେ ତାଙ୍କୁ ଲୋକେ ଘେରି ଯାଇଥିଲେ। ଯୁବତୀଙ୍କ ସହ ସେମାନେ ଅସଦାଚରଣ କରିଥିଲେ। ପଛପଟୁ ତାଙ୍କ ବାଇକ୍‌ ଟାଣିବା ସହ ତାଙ୍କ ଉପରକୁ ରାସ୍ତା ଉପରେ ଜମି ରହିଥିବା ବର୍ଷା ପାଣି ଫିଙ୍ଗିଥିଲେ।

Advertisment

ପାଣି ଛିଞ୍ଚିବା ଏବଂ ବାଇକ୍କୁ ଟାଣିବା କାରଣରୁ ଭାରସାମ୍ୟ ହରାଇ ଯୁବକ ଓ ଯୁବତୀ ବାଇକରୁ ଖସି ପଡିଥିଲେ। ଏହି ସମୟରେ ଉକ୍ତ ଯୁବତୀଙ୍କୁ ଛୁଇଁବାକୁ ଦଳେ ଯୁବକ ଚେଷ୍ଟା କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ସେଠାରେ ଜମିଥିବା ଭିଡ଼କୁ ହଟାଇଥିଲା। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବତୀଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି। ଅବଶିଷ୍ଟ ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ଏକ ତିନି ଜଣିଆ ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି।

Splashes Water On Woman Lucknow Police Viral Video