Advertisment

ବିଚ୍ ରାସ୍ତାରେ ଯୁବତୀଙ୍କୁ ଟାଣିଲେ, ମାଡ଼ ମାରି କ୍ୟାବ୍‌ରେ ବସାଇ ନେଇଗଲେ

ହଠାତ୍ ଟ୍ରାଫିକ୍ ଭିତରେ ଫ୍ଲାଏଓଭର୍ ଉପରେ ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଜୋର ଜବରଦସ୍ତି ଟାଣିବା ସହ ଗଳାଧକ୍କା ମାରି କାର୍‌ରେ ବସାଇ ନେଇଛନ୍ତି।

Girl thrassing video

Girl thrassing video

Advertisment

ଯୁବତୀଙ୍କୁ ବିଚ୍ ରାସ୍ତରେ ଟାଣିଲେ, ଗଳା ଧକ୍କା ମାରିଲେ। ମାଡ଼ ମାରି ଜୋର ଜବରଦସ୍ତ କ୍ୟାବ୍‌ରେ ବସାଇ ନେଇଗଲେ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

Advertisment

ଦିଲ୍ଲୀର ମଙ୍ଗୋଳପୁରୀ ଅଞ୍ଚଳ। ହଠାତ୍ ଟ୍ରାଫିକ୍ ଭିତରେ ଫ୍ଲାଏଓଭର୍ ଉପରେ ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଜୋର ଜବରଦସ୍ତି ଟାଣିବା ସହ ଗଳାଧକ୍କା ମାରି କାର୍‌ରେ ବସାଇ ନେଇଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି।

ଭିଡିଓ ସଂକ୍ରାନ୍ତରେ ଅବଗତ ହୋଇ ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିବା ଦିଲ୍ଲୀ ଆଉଟର୍ ଡିଷ୍ଟ୍ରିକ୍ଟ୍ ‘ଡିସିପି’ କହିଛନ୍ତି, ଗତ ରାତିରୁ ଭିଡିଓ ଉପରେ ତଦନ୍ତ ଚାଲିଛି। ଉକ୍ତ କ୍ୟାବ୍‌ଟି ଗୁରୁଗ୍ରାମର ବୋଲି ଜଣାପଡିଛି । ଉକ୍ତ ଗାଡିର ଡ୍ରାଇଭର ନମ୍ବର ଟ୍ରେସ୍ କରାଯାଇଛି।

Advertisment

ତଦନ୍ତ ବେଳେ ଜଣାପଡ଼ିଛି ଶନିବାର ରାତି ପ୍ରାୟ ୧୧.୩୦ରେ ଉକ୍ତ କ୍ୟାବଟିକୁ ଶେଷ ଥର ପାଇଁ ଗୁରୁଗ୍ରାମର ଇଫ୍‌କୋ ଛକରେ ଦେଖିବାକୁ ମିଳିଥିଲା। ସେ ଅଞ୍ଚଳରେ ଥିବା ‘ସିସିଟିଭି’ ଫୁଟେଜ୍ ସବୁକୁ ଜବତ କରି ଯାଞ୍ଚ ଚାଲିଛି। 

ଗାଡ଼ି ଓ ତା’ର ଚାଳକଙ୍କ ପତ୍ତା ମିଳିଛି। ଦୁଇଜଣ ପୁଅ ଓ ଜଣେ ଝିଅ ରୋହିଣୀରୁ ବିକାଶପୁରୀ ଯିବା ପାଇଁ ଉବେର୍ ମାଧ୍ୟମରେ ଉକ୍ତ କ୍ୟାବ୍ ବୁକ୍ କରିଥିଲେ। ବାଟରେ ସେମା‌ନଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା। ପୁଅଟି ଜଣେ ଝିଅକୁ ଧକ୍କା ଦେଇ ଜବଦସ୍ତି କ୍ୟାବ୍ ଭିତର ବସାଉଛି। ଯୁକ୍ତିତର୍କ ପରେ ଝିଅଟି ପଳାଇ ଯିବାକୁ ଚାହିଁବାରୁ ଏ ଭଳି ଘଟଣା ଘଟିଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।

Viral Video Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe